ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟରରେ ଥିବା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଆଶୁକବି ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କବିତା ମାଧ୍ୟମରେ ଶିଶୁଙ୍କୁ ଉଦ୍ବୋଧନ ଦେଇ କହିଥିଲେ- “ମାତୃଭାଷା ପ୍ରେମରେ ଗଢୁ ନୂଆ ପିଢ଼ି, ଶକ୍ତିଶାଳୀ ହେଉ ସଂସ୍କୃତି” । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ କବିତା, ଗଳ୍ପ କଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସମ୍ବିଧାନର ପ୍ରସ୍ତାବନା ଓ ମାତୃଭାଷା ଦିବସ ଉପଲକ୍ଷେ ଶପଥ ପାଠ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତି ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ରଞ୍ଜିତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଭିଭାବକ ଅଭିଭାବିକା ଓ ପରିଚାଳନା ସମିତି ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ ।