jsm

ପ୍ରିୟ ପତ୍ର ସମ୍ମାନ – ୨୦୨୬ ପାଇଲେ ଯୁବ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ

csstore

ବିଜେପୁର, (କେପିଏନ୍‌ଏସ୍‌) : ମର୍ଯ୍ୟାଦା ଜନକ ସାହିତ୍ୟ ସମ୍ମାନ କ୍ରମରେ ପ୍ରିୟ ପତ୍ର ସମ୍ମାନ -୨୦୨୬ ପାଇଲେ ଯୁବ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ । ପୁରୀରୁ ପ୍ରକାଶିତ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରିୟ ପତ୍ରର ମର୍ଯ୍ୟାଦା ଜନକ ତଥା ଶ୍ରେଷ୍ଠ ସମ୍ମାନ ପ୍ରିୟ ପତ୍ର ସମ୍ମାନ-୨୦୨୬ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ ପାଇଛନ୍ତି । ପୁରୀ ଠାରେ ଆୟୋଜିତ ପ୍ରିୟ ପତ୍ରର ସମ୍ପାଦକ ବିପିନ୍ ବିହାରୀ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୮ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କୁ ମାନପତ୍ର, ଉପାୟନ, ସ୍ମୃତି ଫଳକ ପ୍ରଦାନ ପୂର୍ବକ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ଭାବରେ କବି କୈଳାସ ଚନ୍ଦ୍ର ଟିକାୟତ ରାୟଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଓଡ଼ିଆ ସାହିତ୍ୟର ଅନ୍ୟତମ ସାଧିକା ରଶ୍ମି ରଞ୍ଜିତା ଏହି ସମ୍ମାନ ପାଇବା ପରେ, ଏହା ଏକ ସ୍ଵୀକୃତି କେବଳ, ଏହାରି ମାଧ୍ୟମରେ ମୋର ଉତ୍ସାହ ଦ୍ୱିଗୁଣିତ ହେବା ସହିତ ସାହିତ୍ୟ ପାଇଁ ଦାୟିତ୍ୱ ନ୍ୟସ୍ତ କଲେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଶ୍ରୀମତୀ ସିଂହ ଓଡ଼ିଆ ଗଳ୍ପ, କବିତା, ସମାଲୋଚନା ମୂଳକ ରଚନାରେ ମଗ୍ନ ରହୁଥିବା ବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ “ଫୁଲ ପାଖୁଡ଼ାରେ ଶୀତ” ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ଏହି ସମ୍ମାନ ମିଳିବା ପରେ ଗାଳ୍ପିକା ଶ୍ରୀମତୀ ସିଂହ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

yuvodaya
Leave A Reply

Your email address will not be published.