ଯୁଗ୍ମ କମିଟିରୁ ଗାଙ୍ଗପୁର ମଜଦୁର ମଞ୍ଚର ପଦାଧିକାରୀଙ୍କୁ ବାହାର କଲା ରାଉରକେଲା ଶ୍ରମିକ ସଂଘ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାରେ ଗତ ୧୫ ନଭେମ୍ବର ୨୦୨୪ ରେ ୟୁନିଅନ ସ୍ୱୀକୃତି ନିର୍ବାଚନ ହୋଇଥିଲା । ଉକ୍ତ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ (ଜିଏମଏମ) ଏବଂ ରାଉରକେଲା ଶ୍ରମିକ ସଂଘ (ଆରଏସଏସ୍) ମିଳିତ ଭାବେ ନିର୍ବାଚନ ଲଢ଼ି ରାଉରକେଲା ଶ୍ରମିକ ସଂଘକୁ ବିଜୟୀ କରାଇଥିଲେ । ଆରଏସଏସ ସ୍ୱୀକୃତି ପାଇଲା ପରେ ଆରଏସପିର ବିଭିନ୍ନ ଯୁଗ୍ମ କମିଟିରେ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୁର ମଞ୍ଚର ପଦାଧିକାରୀ ମାନେ ୬୦:୪୦ ଅନୁପାତରେ ଅବସ୍ଥାପିତ ହୋଇଥିଲେ । ନିର୍ବାଚନରେ ଆଦୌ ଅଂଶ ଗ୍ରହଣକରି ନଥିବା ଜିଏମଏମ କିପରି ଯୁଗ୍ମ କମିଟିରେ ସାମିଲ ହୋଇପାରିବ ବୋଲି ଆରଆଇକେକେଏସର ସାଧାରଣ ସମ୍ପାଦକ ହିମାଂଶୁ ବଳ କେନ୍ଦ୍ରୀୟ ଆଞ୍ଚଳିକ ଶ୍ରମ କମିସନର ଏବଂ ଆରଏସପି କର୍ତ୍ତୃପକ୍ଷଙ୍କୁ ଆପତ୍ତି ଅଭିଯୋଗ କରିଥିଲେ । ୧୬ ସେପ୍ଟେମ୍ବର ୨୦୨୫ରେ ଏହାର ଶୁଣାଣି କରି କେନ୍ଦ୍ରୀୟ ଆଞ୍ଚଳିକ ଶ୍ରମକ ମିସନର ଆରଏସପି କର୍ତ୍ତୃପକ୍ଷଙ୍କୁ ଭତ୍ସନା କରିଥିଲେ ଏବଂ ଯୁଗ୍ମ କମିଟିରୁ ଜିଏମଏମକୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକୁ ଆଧାର କରି ୨୦ ସେପ୍ଟେମ୍ବର ୨୦୨୫ରେ ଆରଏସପି କର୍ତ୍ତୃପକ୍ଷ ଆରଏସଏସକୁ ପତ୍ର ଲେଖିଥିଲେ । ଏହି ଆଦେଶକୁ ରୋକିବା ପାଇଁ ଆରଏସଏସ ସମସ୍ତ ପ୍ରକାର କୌଶଳ ପ୍ରୟୋଗ କରି ବିଫଳ ହେବାପରେ ନିରୁପାୟ ହୋଇ ରାଉରକେଲା ଶ୍ରମିକ ସଂଘ ଗାଙ୍ଗପୁର ମଜଦୁର ମଞ୍ଚର ପଦାଧିକାରୀଙ୍କୁ ସମସ୍ତ ଯୁଗ୍ମ କମିଟିରୁ ବାହାରକଲା ବୋଲି ସାମ୍ବାଦିକ ସମ୍ମିଳନୀରେ ରିକ୍ସା ସମ୍ପାଦକ ହିମାଂଶୁ ବଳ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆରଏସଏସର ମିଥ୍ୟା ପ୍ରରୋଚନାରେ ପଡି ଜିଏମଏମ ନିଜେ ନିର୍ବାଚନ ନଲଢ଼ି ତାଙ୍କୁ ନିର୍ବାଚନରେ ସହଯୋଗ କରିଥିଲା, ମାତ୍ର ଅନୈତିକ ମେଣ୍ଟ ଭାଙ୍ଗିବାରୁ ଇସ୍ପାତ ଶ୍ରମିକମାନେ ନିଜକୁ ଲଜ୍ଜିତ ମନେ କରୁଛନ୍ତି । ଦୁଇ ଗଠ ବନ୍ଧନ, ଦୁଇଟି ଅବଧି ମାନ୍ୟତାରେ ରହିଲାପରେ ବି ଏନଜେସିଏସ ଯେଉଁ ସ୍ଥିତିରେ ୨୦୨୧ ଅକ୍ଟୋବରରେ ଥିଲା ସେଇଠାରେ ହିଁ ଅଛି । ନିର୍ବାଚନ ଜିତିଲେ ୨୦୨୫ ଜାନୁଆରୀରେ ଚୁକ୍ତି କରି ୩୯ ମାସର ଏରିୟର ଦେବାକୁ ପ୍ରତିଶୃତି ଦେଇ ଶ୍ରମିକଙ୍କ ଠାରୁ ଭୋଟ ନେଇ ଜିତିଗଲେ, କିନ୍ତୁ ଶ୍ରମିକ ଠକାମିର ଶିକାର ହେଲେ । ଫାଇନାଲ ଷ୍ଟେଜରେ ଥିବା ରିୱ।ଡ଼ ବୋନସ ରିଭାଇଜ ପର୍ଯ୍ୟନ୍ତ ହୋଇପାରିଲା ନାହିଁ, ଆଇଜିଏଚ ରେମିଲ ୫ ଟଙ୍କାରୁ ୭୦ ଟଙ୍କା ଅର୍ଥ ୧୪ ଗୁଣା ବୃଦ୍ଧି, ସ୍କୁଲର ଘରୋଇକରଣରେ ମାସକୁ ସ୍କୁଲ ଦରମା ୫୦ ଟଙ୍କାରୁ ୨୦୦୦ ଟଙ୍କା ଅର୍ଥ ୪୦ ଗୁଣା ବୃଦ୍ଧି, ଭୋକେସନାଲ ଟ୍ରେନିଂରେ ମାସକୁ ୧୧୮୦ ଟଙ୍କା ନେବା, ଟାଉନସିପର ଘରୋଇକରଣକୁ ପରୋକ୍ଷ ଭାବରେ ସମର୍ଥନ ଦେବା ଭଳି ଶ୍ରମିକ ବିରୋଧୀ କାର୍ଯ୍ୟରେ ଏହି ଗଠବନ୍ଧନକୁ ମହାରଥ ହାସିଲ କରିଛି । ଯିଏ ଯେଉଁ କ୍ୱାଟରରେ ଅଛନ୍ତି ଅବସର ପରେ ତାଙ୍କ ନାମରେ ସେହି କ୍ୱାଟର କରିଦିଆଯିବ ବୋଲି କହି ରାଉରକେଲା ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା ନିଜେ ରହୁଥିବା କ୍ୱାଟର ଟିକୁ ନିଜ ନାମରେ କରାଇନେଲେ କିନ୍ତୁ ଶ୍ରମିକମାନେ ଜଳକା ହୋଇ ରହିଗଲେ । ଯେଉଁ ଅନୈତିକ ଗଠବନ୍ଧନ ହୋଇଥିଲା ତାହା ଉପରେ କୁଠାରଘାତ ହୋଇଛି ଏବଂ ସତ୍ୟର ବିଜୟ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ହିମାଂଶୁ ବଳଙ୍କ ବ୍ୟତୀତ ରାଜେନ୍ଦ୍ର ନାଥ ମହାନ୍ତ, ସମିତା ମିଶ୍ର, ରିତାରାଣୀ ସ୍ୱାଇଁ, ରଂଜିତା ଜେନା, ପ୍ରଦୋଷ ପଣ୍ଡା, ସୁରେନ୍ଦ୍ର କଂସାରୀ, ବେନେଡିକ ତୀର୍କୀ, ଉମାକାନ୍ତ ସାମଲ, ସଂଜୀବ ପତି, ଲଳିତ ଜେନା, ଅମର ଭୂୟାଁ, ତ୍ରିଲୋଚନ ନାୟକ, ଜନକର ସେଠୀ, ବିକାଶ ପ୍ରଧାନ, ଜୟ ପ୍ରକାଶ ସ୍ୱାଇଁ, ଅନିଲ ନାୟକ, ପ୍ରଦୀପ ସାହୁ, ପଦମନ ମହାପାତ୍ର, ସୁରଜ ସରାଫ, ସନ୍ତୋଷ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.