ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ବିଶେଷ ସୂତ୍ରରୁ ଜଙ୍ଗଲୀ ବାରହା ଶୀକାର ବିଷୟରେ ଖବର ପାଇ ଗଜେନ୍ଦ୍ର ପାଲ ସିଂ ମାଥୁର, ଏସିଏଫ, ସହକାରୀ ବନ ସଂରକ୍ଷକ, ରାଉରକେଲା ବନଖଣ୍ଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ବିଷୟରେ ତଦନ୍ତ କରାଗଲା । ଗଜେନ୍ଦ୍ର ପାଲ ସିଂ ମାଥୁର, ଏସିଏଫ ତଦନ୍ତର କିଛି ସୁରାକ ପାଇ ଫତେହ ସିଂ, ବୟସ – ୭୭, ପିତା- ଡମ୍ବରୁଧର ସିଂ ଗ୍ରାମ-କକ୍ଟର, ପୋଷ୍ଟ -ଜଳଦା, ଥାନା – ରଘୁନାଥପାଲ୍ଲୀ, ଜିଲ୍ଲା – ସୁନ୍ଦରଗଡ ଘର ସରଜମିନ ତଲାଶ କରାଯାଇ ବାରହା ମାଂସ, ବାରହା ଚୁଟି, ବାରହା ଛାଲ ଏବଂ ବାରହା ଶିକାରରେ ବ୍ୟବହୃତ କରାଯାଇଥିବା ଫାସ ଏବଂ ମାରଣାସ୍ତ୍ର ଜବତ କରିଥିଲେ, ଯାହା ପୂର୍ଣ୍ଣ ଭାବରେ ସୂଚାଉ ଥିଲା କି ଏକ ଜଙ୍ଗଲ ବାରହାକୁ ଶିକାର କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ଜବତ ହେଇଥିବା ବାରହା ମାଂସ, ବାରହା ଚୁଟି, ବାରହା ଛାଲ ଏବଂ ଅସ୍ତ୍ରଶସ୍ତ୍ର, ଫାସ ଉକ୍ତ ସ୍ଥାନରେ ଜବତ କରି ତାଲିକା ପ୍ରସ୍ତୁତ କରାଗଲା । ଏହାପରେ ଫତେହ ସିଂକୁ ବିଶେଷ ଭାବରେ ପଚାରା ଉଚରା କରିବାରୁ ଜଣାପଡିଲା ଯେ ଏହି ଅପରାଧରେ ଅନ୍ୟ ୪ ଜଣ ମଧ୍ୟ ଲିପ୍ତ ଅଛନ୍ତି । ଯାହା ୧.ପଙ୍କଜ କୁମାର ସିଂ, ବୟସ – ୩୧, ପିତା – ମୁନିରାମ ସିଂ ୨. ବିତନ ସିଂ ବୟସ – ୪୦ ପିତା – ଅଣଟୁ ସିଂ ୩. ଦୁଃଖବନ୍ଧୁ ସିଂ, ବୟସ – ୨୪ ପିତା – ଚନ୍ଦ୍ରମୋହନ ସିଂ, ଗ୍ରାମ – କୂରେଇ ବାହାଲ, ଜିଲ୍ଲା – ଦେବଗଡ ୪. ପ୍ରଦୀପ ସିଂ ବୟସ – ୩୪ ପିତା – ଫତେହ ସିଂ ବିଶେଷ ଅନୁସନ୍ଧାନ କରିବାରୁ ଜଣାପଡିଲା ଯେ ସେ ଅଂଚଳରେ ଲୋକମାନଙ୍କର ପାରମ୍ପରିକ ରୀତି ଅନୁଯାୟୀ ଶିବରାତ୍ରି ଦିନ ବନ୍ୟଜନ୍ତୁ ଶିକାର କରିଥାନ୍ତି । ଯାହା ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅମ୍ଳ ଅନୁଯାୟୀ ଏକ ଅପରାଧ ଅଟେ । ଯେହେତୁ ଭକ୍ତ ଆସାମୀମାନଙ୍କ ଦ୍ୱାରା ବନ୍ୟଜନ୍ତୁ ଶିକାର କରାଯାଇଛି ୭০০ ବନ୍ୟଜନ୍ତୁ ସୁରକ୍ଷା ଆଇନ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରାଯାଇଛି, ଧାରା ୯ ଏବଂ ଧାରା ୩୯ (ଖ) ଓ (ଘ) ଅନୁଯାୟୀ ତାଙ୍କୁ ଗିରଫ କରି ଜେଏମଏଫସି, ରାଉରକେଲା କୋର୍ଟକୁ ହସ୍ତାନ୍ତର କରାଯାଇ ଧାରା ୫୧ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣା କରାଗଲା । ଏହି କାର୍ଯ୍ୟ ପାଇଁ ପାନପୋଷ ରେଞ୍ଜ ଷ୍ଟାଫ, ଯଦୁନାଥ ସେଠି, ଫରେଷ୍ଟର, ଦୁଃଖୁ କିଷାନ, ଫରେଷ୍ଟର, ଶ୍ରୀମତୀ ସଂଘମିତ୍ରା ମହନ୍ତ, ଫରେଷ୍ଟ ଗାର୍ଡ ଏବଂ ଶ୍ରୀମତୀ ସବିତା କିଷାନ, ଫରେଷ୍ଟ ଗାର୍ଡ, ଗଜେନ୍ଦ୍ର ପାଲ ସିଂ ମାଥୁର, ଏସିଏଫ, ଜଙ୍ଗଲର ସହକାରୀ ସଂରକ୍ଷଣକାରୀ, ରାଉରକେଲା ବନଖଣ୍ଡଙ୍କୁ ସହଯୋଗ କରିଥିଲେ ।