ସିରିଜ୍ ଦୁର୍ଘଟଣା : ୫ ଆହତ

ବଡ଼ବିଲ : ସିରିଜ୍ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ୍ ଦୁର୍ଘଟଣା । ଝୁମ୍ପୁରା ଆଦର୍ଶ ବିଦ୍ୟାଳୟର ୨ ଜଣ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କୁ ନେଇ ଚମ୍ପୁଆ ଯାଉଥିବା କାର୍ ସହ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଟ୍ରକ୍ ଡାଲା କଡ଼କୁ ଲେଉଟି ପଡ଼ିଥିଲା । ସେଥିରେ ବୋଝେଇ ହୋଇଥିବା ଲୁହାପଥର କାର ଉପରେ ଅଜାଡ଼ି ହୋଇପଡ଼ିଥିଲା । ପରେ ପଛରୁ ଆସୁଥିବା ଏକ ବୁଲେଟ୍ ନିୟନ୍ତ୍ରଣ ହରାଇ କାର୍ ପଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ କାର୍ ସମ୍ପୂର୍ଣ ଚୁରମାର୍ ହୋଇଯାଇଛି । ଦୁଇ ବୁଲେଟ୍ ଆରୋହୀ ସମେତ ମୋଟ୍ ୫ ଜଣ ଏଥିରେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.