ପରଲୋକରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ

ସମ୍ବଲପୁର : ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ଆଜି ତାଙ୍କର ଅନ୍ତିମ ସଂସ୍କାର ହେବ । ଚିକିତ୍ସାଧୀନ ଅବସ୍ଥାରେ ସୋମ‌ବାର ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ସ୍ନାୟୁଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ପରେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଚକ୍ଷୁଦାନ କରାଯାଇଛି । ଡାକ୍ତରୀ ଦଳ ଆସି ତାଙ୍କ ଆଖି ସଂଗ୍ରହ କରି ନେଇଛନ୍ତି । ସୂଚନା ଥାଉକି, ୨୦୧୪ରେ ସମ୍ବଲପୁର ଆସନରୁ ବିଧାୟିକା ଭାବେ ସେ ନିର୍ବାଚିତ ହୋଇଥିଲେ । ବିଜେଡି ଟିକେଟରୁ ନିର୍ବାଚନ ଲଢି ସମ୍ବଲପୁରରୁ ଜିତିଥିଲେ । ୨୦୨୪ରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଇ ରାଜନୀତିଠୁ ଦୂରରେ ରହି ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ । ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ଵ । ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା କରିଛନ୍ତି । ବୁର୍ଲା ଭିମସାର୍‌ରେ ସମ୍ବଲପୁରରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ ।

Leave A Reply

Your email address will not be published.