- ପ୍ରଥମ ମ୍ୟାଚରେ କଲିକତା ବିଜୟୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ୧୭ ତମ ସର୍ବ ଭାରତୀୟ ରାମଧୂନ୍ କ୍ଲବ ଫୁଟବଲ ଟୁର୍ଣ୍ଣଳମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ କନ୍ଧମାଳ ଏଫସି ଦଳ ଓ କଲିକତା ବେଙ୍ଗଲି ଏକାଡେମୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଓ ସୁବର୍ଣ୍ଣପୁର ଏସପି ନାରାୟଣ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରି ଷ୍ଟାଡିୟମ୍ ବିକାଶ କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରିବାକୁ ପ୍ରତିଶୃତି ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ୱାଇଁ, ଶ୍ରମିକ ନେତା ଗୋବିନ୍ଦ ମହାରଣା, କ୍ରିଡ଼ା ସଂଘ କାର୍ଯ୍ୟ କାରିଣୀ ସଦସ୍ୟ ଆଦିତ୍ୟ କିଶୋର ଦାନୀ, ଜିତେନ୍ଦ୍ର ସାହୁ, କଲିକତା ଦଳର ଫ୍ରାଞ୍ଚାଇଜ୍ ପ୍ଲାବନ ମହାପାତ୍ର, କନ୍ଧମାଳ ଦଳର ଫ୍ରାଞ୍ଚାଇଜ୍ ନିଶାନ୍ତ ମହାନ୍ତି ଯୋଗଦେଇ ଖେଳାଳୀ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ମୁଖ୍ୟ ରେଫରୀ ଭାବେ ସଞ୍ଜୀବ ସାହୁ, ସହଯୋଗୀ ରେଫରୀ ଭାବେ ଜିତୁ ପାତ୍ର, ସଂଜନ ସାହୁ, ଭୁକୁଲୁ ବକ୍ସି, ବିଦ୍ୟାଧର ମିଶ୍ର ଓ ଫୋର୍ଥ ରେଫରୀ ଭାବେ ସୁଶାନ୍ତ ବାଗ ସହଯୋଗ କରିଥିଲେ । ଅତିଥି ଓ ଭେଟରାନ କ୍ରିଡ଼ାବିଡମାନଙ୍କ ସହିତ ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଖେଳର ଶେଷ ଯାଏଁ ଉଭୟ ଦଳ ୧-୧ ଗୋଲ୍ ସ୍କୋର କରି ଖେଳ ବରାବର କରିଥିଲେ । ଟ୍ରାଏ ବ୍ରେକରରେ କଲିକତା ଦଳ ୩-୨ ଗୋଲରେ ବିଜୟୀ ହୋଇଥିଲେ । କ୍ରୀଡ଼ା ସଂଘ ସଂପାଦକ ପୀୟୁଷ ପଣ୍ଡା, ରାମଧୁନ କ୍ଳବ୍ ସଦସ୍ୟ ବିକାଶ ପଣ୍ଡା, ଲଡୁ କିଶୋର ମଲ୍ଲିକ, ସନ୍ତୋଷ ପାଢ଼ୀ, ବୁବୁନ ନାଏକ, ବାଲ ଗୋପାଲ ମିଶ୍ର, ପ୍ରିତମ ସରାଫ, ରିକୁନ ପଟ୍ଟନାୟକ, ଚନ୍ଦନ ବେହେରା, ଆୟୁଷ ପଣ୍ଡା, ଅଂଶୁମାନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । କଲିକତା ଦଳର ସୁବାଷ ବେରାଙ୍କୁ ଖେଳରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରଭୁଦାସ କୁମ୍ଭାର ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ । ଦର୍ଶକଙ୍କ ପାଇଁ ଆୟୋଜିତ ଲଟେରୀରେ ନେତ୍ର ପଧାନ ପ୍ରଥମ ପୁରସ୍କାର ମୋବାଇଲ ଫୋନ୍, ଡିଏଲସି ଡିଲେଶ୍ୱର ଖାଖା, ଦ୍ୱିତୀୟ ପୁରସ୍କାର ଇୟର୍ କଡ, କୃପାନିଧିଙ୍କୁ ତୃତୀୟ ପୁରସ୍କାର ଟି ସାର୍ଟ ଜର୍ସି ପ୍ରଦାନ କରାଯାଇଥିଲା ।