ଜୟପାଟଣା, (ଶେଷଦେବ ବେହେରା ) : ସୋମବାର ଅପରାହ୍ନରେ ଇନ୍ଦ୍ରାବତୀ ବାମ କେବଳ ମଧ୍ୟରୁ ଏକ ଯୁବକର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିବା ସୁଚନା ମିଳିଛି । ଖବରରୁ ପ୍ରକାଶ ଯେ ଜୟପାଟଣା ଥାନା ଅନ୍ତର୍ଗତ ଭେଲୁଆଭଟା ଗ୍ରାମର ପିତାମ୍ବର ଝରିଆ (୨୮) ଏକ ମୋଟର ସାଇକେଲ ଯୋଗେ ନିକଟ ପାଇକବାହାଲ ଗ୍ରାମକୁ କୁଣ୍ଡାବରି ନିମନ୍ତ୍ରଣ ପତ୍ର ବାଣ୍ଟିବା ପାଇଁ ଯାଇଥିଲେ । ବାଇକରେ ଫେରିବା ବେଳେ ସରଧାପୁର ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ କୌଣସି ପ୍ରକାରେ ଭାରସାମ୍ୟ ହରାଇ ପାଣି ମଧ୍ୟରେ ପଡ଼ି ଯାଇଥିବାବେଳେ ବ୍ୟବହୃତ ମୋଟର ସାଇକେଲ ମଧ୍ୟ ନିକଟରେ ପଡ଼ି ରହିଥିଲା । ସୁଚନା ପାଇ ସ୍ଥାନୀୟ ଲୋକେ ଜୟପାଟଣା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରୁ ମୃତ ଦେହକୁ ଉଦ୍ଧାର କରିଥଲେ । ଜୟପାଟଣା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୁଚନା ମିଳିଛି ।