ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜର ୩୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜର ୩୩ତମ ବାର୍ଷିକ ଉତ୍ସବ “ପରମ୍ପରା” ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଯୋଗ ଦେଇ କହିଥିଲେ ଯେଉଁଠି ସ୍ନେହ ଥାଏ ସେଇଠି କଷ୍ଟ ମଧ୍ୟ ମଧୁର ଅନୁଭବ ହୁଏ । ସେଦିନ ମଣିଷ ପାଖରେ କିଛି ନ ଥିଲା ମାତ୍ର ସମୟ ଥିଲା ନିଜ ପାଇଁ ସମାଜ ପାଇଁ । ମାତ୍ର ଆଜି ଆମ ପାଖରେ ସବୁ ଅଛି ମାତ୍ର ସମୟ ନାହିଁ । ଜୀବନକୁ ଖୋଜିବା, ଜୀବନ ଖୋଜିବା ପ୍ରକ୍ରିୟା ଭିତରେ ଆମେ ହୁଳହୁଳି ଓ ଘରେ ସଞ୍ଜ ଦୀପ ଟିଏ ଦେବା ଆମ ଏଇ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବାକୁ ନାରୀଙ୍କୁ ପରାମର୍ଶ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟବକ୍ତା ଭାବରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ଉମେଶ ମହାପାତ୍ର ଯୋଗଦେଇ ଚତୁର୍ଦ୍ଦିଗରୁ ମାଡ଼ି ଆସୁଥିବା ଅବକ୍ଷୟକୁ କେହି ଜଣେ ଯଦି ବନ୍ଦ କରିପାରିବ ସେ ହେଉଛି ନାରୀ । ଅନ୍ୟତମ ସମ୍ମାନିତ ଅତିଥି ଭାବର ବରଗଡ଼ ପଂଚାୟତ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ, ଯୁବନେତା ଅଭିମନ୍ୟୁ କୁଶଳ ଯୋଗ ଦେଇଥିଲେ । ସଭାର ସଭାପତିତ୍ଵ ଅଧ୍ୟକ୍ଷା ରିତାରଣୀ ପୁଝାରୀ କରିଥିବା ବେଳେ ସଭାକୁ ପରିଚାଳନା କରିଥିଲେ ଛାତ୍ରୀ କାଜଲ କୁଶଳ । ସ୍ଵାଗତ ଭାଷଣ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର ଦେଇଥିଲେ ଓ ଧନ୍ୟବାଦ୍ ଦେଇଥିଲେ ଅଧ୍ୟାପିକା ସଞ୍ଜୁରାଣୀ ସିଂ । ଏହି ଅବସରରେ ବିଭିନ୍ନ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ “ହିତୈଷିଣୀ” ନାମକ ମହାବିଦ୍ୟାଳୟର ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ନାଟକ “ବିହା ଭୂଜି” ଛାତ୍ରୀ ଓ ବୁଦ୍ଧିଜୀବିଙ୍କୁ ଭାବ ପ୍ରବଣ କରିଥିଲା । କଲେଜର ସମସ୍ତ ଛାତ୍ରୀ, ପୁରାତନ ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.