ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ଛାତ୍ରଛାତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ହ୍ୟୁମାନ ଆଇକ୍ୟୁ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠାନର ନର୍ସିଂ ବିଭାଗର ଛାତ୍ରଛାତ୍ରୀ ମାନଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟିର ମୂଳ ସ୍ଲୋଗାନ ଥିଲା, CARING WITH COMPASSION AND HEALING WITH DEDICATION. ଉତ୍ସବଟି ଅନୁଷ୍ଠାନର ବି.ଏସ୍‌. ସି. ନର୍ସିଂ ପ୍ରଥମ ବର୍ଷ ଓ ଜି.ଏନ୍‌.ଏମ୍‌ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହୋଇଥିଲା । ଉତ୍ସବରେ ପ୍ରଥମେ ମୁଖ୍ୟ ଅତିଥି ଡ଼. ସଚଳା ଭୋଇ (ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ, ଚକ୍ଷୁ ରୋଗ ବିଭାଗ, ଭୀମସାର ମେଡିକାଲ କଲେଜ, ବଲାଙ୍ଗିର)ଙ୍କ ଦ୍ୱାରା ଦୀପ ପ୍ରଜ୍ୱଳିତ ହୋଇଥିଲା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା । ତାଙ୍କ ଅଭିଭାଷଣରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସର ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ଉତ୍ସବରେ ପ୍ରଥମେ ଅଧ୍ୟାପିକା ଶ୍ରୀମତୀ ତେଜସ୍ୱିନୀ ମହାପାତ୍ରଙ୍କ ଦ୍ୱାରା ସ୍ୱାଗତ ଅଭିଭାଷଣ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଈଶା ଓ ଅଧ୍ୟାପକା ମୋନାଲିସା ମଞ୍ଚ ପରିଚାଳନା କରିଥିଲେ । ଉତ୍ସବରେ ନର୍ସିଂ ଇନଚାର୍ଜ ସୋମନାଥ ଷଡ଼ଙ୍ଗୀ, ଅଧ୍ୟକ୍ଷା ଡ଼. ରୋଜଲିନ ଷ୍ଟିଫେନ, ଉପାଧ୍ୟକ୍ଷା ଶ୍ରୀମତୀ ପ୍ରିୟା ପିସ୍କିଲା, ଏଚ୍‌ଆର୍‌ ବିଭାଗର ମୁଖ୍ୟ ଶ୍ରୀମତୀ ପ୍ରତିଭା ଶତପଥି ସହିତ ନର୍ସିଂ ବିଭାଗର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟି ବି.ଏସ୍‌. ସି. ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏଥିରେ ବି.ଏସ୍‌.ସି. ନର୍ସିଂର ଶେଷ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଜି.ଏନ୍‌.ଏମ୍‌ ପ୍ରଥମ ବର୍ଷର ୫୬ ଜଣ ଛାତ୍ରଛାତ୍ରୀ ଓ ବି.ଏସ୍‌.ସି ନର୍ସିଂ ବିଭାଗର ପ୍ରଥମ ବର୍ଷର ୬୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇ ଶପଥ ଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକା ଶ୍ରୀମତୀ ଝାନ୍‌ସୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶପଥର ମୂଳ ଉଦ୍ଦେଶ୍ୟ ହେଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ନିରଳସ, ନିସ୍ଵାର୍ଥପର ଓ ନିର୍ବିକାର ଭାବରେ ରୋଗୀ ମାନଙ୍କର ଯତ୍ନ ଓ ସେବା କରିବା । କାର୍ଯ୍ୟକ୍ରମଟି ଏହି ଆଭିମୁଖ୍ୟ ନେଇ ସମାପ୍ତ ହୋଇଥିଲା ଯେ, ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ସେବା ଦକ୍ଷତାର ସହିତ ଓ ଉତ୍ସର୍ଗୀକୃତ ଭାବରେ ପ୍ରଦାନ କରିବେ ଓ ଅନୁଷ୍ଠାନର ଆଶା ଓ ସ୍ୱପ୍ନକୁ ପୁରଣ କରିବେ ।

Leave A Reply

Your email address will not be published.