ଝୋଟି ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୨୫ତମ ଜନ୍ମ ଜୟନ୍ତୀ ମହୋତ୍ସବ ଚଳିତ ଜାନୁଆରୀ ମାସରେ ଶେଷ ସପ୍ତାହରେ ଆୟୋଜିତ ହେଉଛି । ଏହି ଅବସରରେ ପ୍ରସ୍ତାବିତ ୨୫ଟି କାର୍ଯ୍ୟକ୍ରମ ମଧ୍ୟରୁ ୧୯ ଏବଂ ୨୦ତମ କାର୍ଯ୍ୟକ୍ରମ ଭାବେ ଝୋଟି ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ପୁରାତନ ଛାତ୍ର ରାଜେନ୍ଦ୍ର ଅଗ୍ରୱାଲଙ୍କ ସଂଯୋଜନାରେ ତଥା ଆର୍ଶିବାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁତିଆରବାହାଲ, ବ୍ରାହ୍ମଣୀଯୋର, ଧଣ୍ଡାମାଲ, କୁଡାସିଂଘା, ସାରସମାଲ, ବନ୍ଧପଡା ଓ ସିକୁଆଁ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଭାରତୀ ସାହୁ, ପୁରୁଷୋତ୍ତମ ବାଗ, ନେପାଳ ବେହେରା, ଚିନ୍ତାମଣି ଚୌଧୁରୀ, ତେଜରାଜ ଥନାପତି, ପଞ୍ଚାନନ ଭୋଇ, ମୋହନ ଚୌଧୁରୀ, ଶ୍ୟାମ ଭୋଇ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ସ୍ନିଗ୍ଧା ସାମଲ, ବିଷ୍ଣୁପ୍ରିୟା ଗିରି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କୈଳାସ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.