jsm

ବିଧାୟକଙ୍କ ଦ୍ଵାରା ସୋମନାଥଙ୍କ ପୂଜା ଓ ସ୍ୱାଭିମାନ ପର୍ବ ପାଳନ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଦ୍ଵାରା ସୋମନାଥଙ୍କ ପୂଜା ଓ ସ୍ୱାଭିମାନ ପର୍ବ ଛତ୍ରପୁର ସ୍ଥିତ ଗୌରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଶନିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି, ଗୁଜରାଟର ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ହୋଇଯାଇଛି । ଏହି ଅବସରରେ ଦେଶ ବ୍ୟାପି ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ଗୌରୀ ଶଙ୍କର ମନ୍ଦିର ଠାରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ଗୋଟିଏ ଗୋଟିଏ ଦୀପ ପ୍ରଜ୍ୱଳନ କରି ଏହି ପର୍ବକୁ ପାଳନ କରି ସ୍ମରଣ କରାଯାଇଥିଲା । ଯାହାକି, ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ସମୃଦ୍ଧ କରିବା ପାଇଁ ଏବଂ ଐତିହାସିକ ସୋମନାଥ ମନ୍ଦିରର ଗାଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପ୍ରୟାସକୁ ସାମୁହିକ ଭାବେ ପାଳନ କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଜେପି ଜିଲ୍ଲା ସମ୍ପାଦକ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ବିଜେପି ବରିଷ୍ଠ ନେତା ପ୍ରଦୀପ ପାଢ଼ୀ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ, ବସନ୍ତ ବେହେରା, ସଞ୍ଜିତ ରାଉଳ, ବନୋଜ ନାହାକ, ସୁରେଶ ରେଡ୍ଡୀ, ବାପି ଦାସ, ଭଗବାନ ନାହାକଙ୍କ ସମେତ ସମସ୍ତ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.