jsm

ବ୍ରହ୍ମପୁରର ସୂଚନା ଲୋକ ସଂପର୍କ ପାଠାଗାର ଅଧିକାଂଶ ସମୟ ତାଲା ବନ୍ଦ ରହୁଛି : ପାଠକ ବୁଦ୍ଧିଜୀବୀଙ୍କ କ୍ଷୋଭ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମର ବିଜିପୁର ସନ୍ତୋସୀ ମା’ ମନ୍ଦିର ସାମ୍‌ନାରେ ଥିବା ସୂଚନା ଲୋକ ସଂପର୍କ ପାଠାଗାର, କିଛି ଦିନ ହେଲା ଅନିୟମିତତା ଭିତରେ ଗତି କରୁଆସୁଥିବା ସାଂଗକୁ ପାଠାଗାର ଗୃହଟି ପ୍ରାୟତଃ ଅଧିକାଂଶ ସମୟ ତାଲା ବନ୍ଦ ରହୁଛି, ତେଣୁ ପାଠକମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏଠି ନଜିର ଅଛି, ଏହି ପାଠାଗାରରେ ପୂର୍ବରୁ ଯେପରି ଲାଇବ୍ରେରୀ ପୋଷ୍ଟ ଏବଂ ତାହା ସହ ଗୋଟିଏ ଲିଟେରଟ୍ ପିଅନ ଓ ରାତ୍ର ଜଗୁଆଳି କାର୍ଯ୍ୟ ତୁଲାଉ ଆସୁଥିଲେ, ବର୍ତ୍ତମାନ ସମୟରେ ଏସବୁ ପଦ ଖାଲି ରହିଥିବା ନଜିର ଅଛି । ପୂର୍ବରୁ ପାଠାଗାର ପାଇଁ ଗୋଟିଏ ଆଉଟସୋର୍ସିଂ ଭାବେ ପିଅନ ପଦବୀ ନିଯୁକ୍ତି ଥାଇ ମଧ୍ୟ ଏଠି କିଏ ଡ୍ୟୁଟି କରୁନଥିବା ଜଣାପଡିଛି । ବର୍ତ୍ତମାନ କିଛି ଦିନ ହେଲା, ପାଠାଗାର ନିୟମ ଅନୁଯାୟୀ ଖୋଲିବା ବଦଳରେ ବନ୍ଦ ହୋଇରହିଥିବା ନଜିର ଅଛି । ଯେହେତୁ ଆଜି ମଧ୍ୟ ବର୍ତ୍ତମାନ ସମୟରେ ପାଠାଗାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏସବୁକୁ ଦେଖି ଦୈନିକ ପାଠକମାନେ ଏଠାକୁ ଆସି ତାଲା ବନ୍ଦ ଥିବା ଦେଖି, ଅସନ୍ତୋଷ ଭାବରେ ଫେରୁଥିବା ନଜିର ଅଛି । ସାଧାରଣ ପାଠକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେଣୁ ଗଞ୍ଜାମ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏଦିଗରେ ବିହିତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ଦୈନିକ ନିୟମିତ ଖୋଲା ରହିଲେ ସାଧାରଣ ପାଠକ ବହୁ ମାତ୍ରାରେ ଉପକୃତ ହେବେ ଆଶା କରାଯାଉଛି ।

yuvodaya
Leave A Reply

Your email address will not be published.