ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଭୋଇ ସାଗର ଡ୍ୟାମ୍ ଭଗତପୁର ଠାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିଭାବକ ପୃଥିରାଜ ସାହୁ ଓ ଶିକ୍ଷକ ଶାନ୍ତନୁ କୁମାର ସାହୁ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ମାର୍ଗ ଦର୍ଶନ କରିଥିଲେ । ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦ ସଭାପତି ଡ଼ଃ. ବାଞ୍ଛାନିଧି ପଣ୍ଡା ଯୋଗ ଦେଇ ବନ ବିହାରର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ସଭାପତି ପୃଥିରାଜ ସାହୁ, ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ସମ୍ପାଦକ ଜନକଲାଲ ମେହେର, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାଇ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲ୍ୟାଣୀ ମିଶ୍ର ଗୁରୁମା ସଂଯୋଜନା କରିଥିଲେ । ଶେଷରେ ସମ୍ପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଭୋଜିଭାତର ଆସର ହୋଇଥିଲା । ଏଥିରେ କିଶୋର ଭାରତୀ ଭାଇ ଭଉଣୀମାନେ ପରିବେଷଣରେ ମୁଖ୍ୟ ଭୂମିକା ନିଭାଇଥିଲେ । ହଜାର ସଂଖ୍ୟାରେ ଅଭିଭାବକ ଅଭିଭାବିକା, ଭାଇ ଭଉଣୀ ଯୋଗ ଦେଇଥିଲେ । ପରିଚାଳନା କମିଟି ସଭ୍ୟ, ମାତୃଭାରତୀ, ପୂର୍ବତନ ଛାତ୍ର ପରିଷଦ, ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.