ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା, ଘୋରଡ଼ିଆର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ରୂପେ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଧାନଚନ୍ଦ୍ର ରାୟ, କେପିପି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ପ୍ରଧାନ ଶିକ୍ଷକ ରଘୁନାଥ ବେହେରା, ପ୍ରଧାନ ଶିକ୍ଷକ ଓମ ପ୍ରକାଶ ମହାପାତ୍ର, ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକ, ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପଲେଇ, ସରପଞ୍ଚ କାମିନୀ ରାଉତରାୟ, ସମିତିସଭ୍ୟା ରାଜଲକ୍ଷ୍ମୀ ବେହେରା, ଗୋବିନ୍ଦ ଚନ୍ଦ୍ର ମେମୋରିଆଲର ଅଧ୍ୟକ୍ଷା ଶୋଭାମଣୀ ସ୍ୱାଇଁ, ପ୍ରାକ୍ତନ ଶିକ୍ଷକ ଲଡୁ କିଶୋର ସାମନ୍ତସିଂହାର, ପ୍ରାକ୍ତନ ପିଇଟି ଆର୍ତ୍ତତ୍ରାଣ ମହାନ୍ତି, ପ୍ରାକ୍ତନ ହେଡ଼ କ୍ଲର୍କ ଗୋପବନ୍ଧୁ ସାସମଲ, ରାଧାକାନ୍ତ ବିଦ୍ୟାପୀଠର ପିଇଟି ନଟବର ସେଠୀ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ସିଏମ୍ସି ସଦସ୍ୟ ଲକ୍ଷ୍ମୀଧର ଜେନା, ସାମାଜିକକର୍ମୀ ସଞ୍ଜୟ ପରିଡା ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ଅତିଥି ପରିଚୟ, ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରବୀନ୍ଦ୍ର ଖାଟୋଇ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ପିଇଟି ଲିପିକା ଭୋଇ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାପୀଠର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଦିଗବିଜୟୀ ଭାସ୍କଡାଗାମା, ରବିନାରାୟଣ ନାୟକ, ପ୍ରିୟରଞ୍ଜନ ପାତ୍ର, ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ, ସ୍ତୁତିସନ୍ଧ୍ୟା ମହାରଣା, ସୁପ୍ରିୟା ଶାସମଲ, ପବିତ୍ର ମୋହନ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଲଙ୍ଗଜମ୍ପ, ହାଇଜମ୍ପ, ଦୌଡ଼, ଅଖା ଡିଆଁ, ଦୌଡ଼ି ଡିଆଁ, ସ୍ଲୋ ସାଇକେଲ ରେସ, ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ ଗ୍ରହଣ କରିଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାପୀଠ ତରଫରୁ ପ୍ରଂଶସା ପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାପୀଠର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ ।