jayashree

ଚତୁର୍ଥ ଦିନରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଆର୍‌ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଚତୁର୍ଥ ଦିନରେ ପହଁଚିଛି । ଆଜିର ଏହି ପ୍ରତିଯୋଗିତାରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବରେ ଅତିରିକ୍ତ ଜିଲ୍ଲପାଳ ବିଜୟନନ୍ଦ ସେଠି, ସମ୍ମାନିତ ଅତିଥି ଭାବରେ  ଜିଲ୍ଲା ପ୍ରକଳ୍ପ ଅଧିକାରୀ ତରଣୀ ସୁନା, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ଃ. ପୁଷ୍ପାଞ୍ଜଳି ମିଶ୍ର, ତହସିଲଦାର ଲଗ୍ନଜିତ ବେହରା, ଡ଼ଃ ତୁଷାର ଠାକୁର, ସେଞ୍ଚୁରିୟାନ ୟୁନିଭର୍ସିଟିର ଡାଇରେକ୍ଟର ଡ଼ଃ. ପ୍ରଦୀପ ଷଡ଼ଙ୍ଗୀ, ଡ଼ଃ. ଜୟଶଙ୍କର ମିଶ୍ର, କ୍ଲକର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର, ସଂଯୋଜକ ମନୋଜ ମିଶ୍ର ଏବଂ ମଧୁ ବନଛୋର ମଂଚାସୀନ ଥିଲେ । ଦେବାଶିଷ ବାଗ, ସୁଦର୍ଶନ ସେଠ, ସଞ୍ଜନ କୁଡେ଼ଇ, ଜ୍ୟୋତି ମହାନନ୍ଦ, ଜିତୁ ଦଳାଇ ଖେଳ ପରିଚାଳନା କରିଥବା ବେଳେ ମ୍ୟାଚ୍‌ କମିସନର ଭାବରେ ସୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜି ଚତୁର୍ଥ ଦିନରେ ସ୍ପୋର୍ଟ ହଷ୍ଟେଲ ବଲାଙ୍ଗିର ଏବଂ ଝାରସୁଗୁଡା ଫୁବବଲ କ୍ଲବ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପର ଗୋଲ ଦେଇନଥିଲେ । ପରିଶେଷରେ ଝାରସୁଗୁଡା ଦଳ ପେନଲଟି ସୁଟ ଆଉଟ ଜରିଆରେ ୫-୩ ଗୋଲରେ ବଲାଙ୍ଗିର ଦଳକୁ ପରାସ୍ତ କରି ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ବିଶିଷ୍ଠ କ୍ରୀଡାବିତ ଲୋକନାଥ ନେପାକ ଏବଂ ଜୟ ନାରାୟଣ ମେହେରଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ଆକାଶ ମିଶ୍ର, ମନୋଜ ଦୀପ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରିପାଠୀ, ଦେବେନ ପାତ୍ର, ପ୍ରଦୀପ୍ତ ମିଶ୍ର, ଟିକିି ମହାପାତ୍ର, ଟିକୁ ପରିଚ୍ଛା, ନିତ୍ୟା ପଧାନ, ସରୋଜ ସାହୁ ସନତ ତ୍ରିପାଠୀ, ପୃଥ୍ୱୀରାଜ ବରାଡ଼, ବିକାଶ ସା, ଆରୋ ରଞ୍ଜନ ମହାପାତ୍ର, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଯତୀନ୍ଦ୍ର ମିଶ୍ର, ସୁଶାନ୍ତ ନେଗୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲିର ଖେଳ ମୟୁରଭଞ୍ଜ ଓ ଢେଙ୍କାନାଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦିଆଯାଇଛି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.