ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଜାନୁୟାରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବା ଉଦ୍ଦେଶ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ସବୁ ବର୍ଗର ଅଧିକାରୀ ଏବଂ ଜିଲ୍ଲା ପଦାଧିକାରୀ ଗଣ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ସବୁରି ପ୍ରି- ପ୍ଲାନ୍ରେ ଆୟୋଜନ କରାଯାଉଥିବା ୫ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ପ୍ରତିଟି ଟିମ୍ କମିଟି ଗଠନ କରାଯାଇଛି । ଖୁବ୍ ସୁରୁଖରେ ମହୋତ୍ସବ ସମାହିତ କରାଯିବା ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ଦିଗରେ ସମସ୍ତଙ୍କର ଗୁରୁଦାୟିତ୍ୱ ତୁଲାଇବାକୁ ଜିଲ୍ଲାପାଳ ସବୁ ଅଧିକାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି ।