jsm

ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛତ୍ର ଲିହାନଙ୍କୁ ସମ୍ବର୍ଦ୍ଧିତ କଲେ ସିଆର୍‌ସିସି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ସାନଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଲିହାନ ହଂସ ଚଳିତ ବର୍ଷ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗର୍ବିତ କରିଛନ୍ତି । ଏହି ସଫଳତା ପାଇଁ ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁ ବିଦ୍ୟାଳୟ ପରିଦର୍ଶନ କରି କୃତୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ ସୁନା, ସହକାରୀ ଶିକ୍ଷୟିତ୍ରୀ ଗାୟତ୍ରୀ ସେଠ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଦେଶୀ ବାଗ, ସଭ୍ୟ ହେମନ୍ତ ବାଗ ଉପସ୍ଥିତ ଥିଲେ । ଲିହାନକୁ ଉତ୍ସାହିତ କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମିଶି ବାଜା ବଜେଇ ଗ୍ରାମ ପରିକ୍ରମା କରିଥିଲେ । ସନଦାଦର ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ଚାରି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥାଇ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଥିବାରୁ ସିଆର୍‌ସିସି ଶ୍ରୀ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.