ସିରଜିନା ଅନୁଷ୍ଠାନ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନୁଷ୍ଠାନ ସିରଜିନା କାର୍ଯ୍ୟାଳୟରେ ସିରଜିନାର ନୂଆବର୍ଷର ପ୍ରଥମ୍ ବୈଠକ୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତିତ୍ଵ କରିଥିଲେ ଆଦିତ୍ୟ କୁମାର୍ ରଥ । ଆସନ୍ତା ଏପ୍ରିଲ ୪ ଓ ୫ ତାରିଖରେ ସିର୍ଜିନା ଉତ୍ସଵ ପାଳନ କରିବା ସ୍ଥିର କରାଗଲା । ଏହି ଅବସରରେ ହାଇସ୍କୁଲ ସ୍ତରୀୟ ନାଟକ ପ୍ରତିଯୋଗିତା ଓ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ କରାଯିବା ବୋଲି ସଂପାଦକ ରାଜେନ୍ଦ୍ର ମହାନ୍ତି ସୂଚନା ପ୍ରଦାନ କଲେ । ଆସନ୍ତା ୧୪ ତାରିଖରେ ମକର ମିଳନ କରାଯିବାକୁ ଆଲୋଚନା ହେଲା । ଉକ୍ତ ବୈଠକରେ ପଣ୍ଡିତ ପରମେଶ୍ୱର୍ ଦାଶ, ଦେବେନ୍ଦ୍ର ତ୍ରିପାଠୀ, ଆନନ୍ଦ ବେହେରା, ମହେଶ୍ୱର ସାହୁ, କେଦାର ସାହୁ, କିଶୋର୍ ପାତ୍ର, ଆଶୁତୋଷ ପାଣିଗ୍ରାହୀ, ମୀନକେତନ ସାହୁ, ଦିଲେଶ୍ୱର୍ ବାଗ, ସନାତନ ବାରିକ୍, ସନ୍ତୋଷ ମହାନ୍ତି, ଭୋଜରାଜ ବୁଡେକ, ସୁନୀଲ ବେହେରା ପ୍ରମୁଖ ସଭ୍ୟ ଯୋଗଦାନ କରି ନିଜସ୍ଵ ମତ ପ୍ରଦାନ୍ କରିଥିଲେ । ଏହି ଅବସରରେ ଆଦିତ୍ୟ ରଥଙ୍କୁ ସିରଜିନା ତରଫରୁ ସମ୍ମାନିତ କରାଯାଇଥିଲା ଶେଷରେ ଉପସଭାପତି ଆନନ୍ଦ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.