ଜାନୁୟାରୀ ୧୧ ରେ ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ

  • ହଜି ଯାଇଥିବା କଳା ସଂସ୍କୃତିକୁ ପୁର୍ନଜୀବିତ କରାଯିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି । ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏ ବର୍ଷ କିଭଳି ହଜିଯାଇଥିବା କଳା ସଂସ୍କୃତି ପୁର୍ନଜୀବିତ ହେବ ଏବଂ କଳାକାରଙ୍କୁ ନେଇ ମଂଚ ପରିବେଷଣ କରିବେ ନାଟକ, ଗୀତ, ବାଦ୍ୟ, ଗାଁ କଳାକାରମାନଙ୍କ ଠାରୁ କିଭଳି ହଜିଯାଇଥିବା ବିଷୟକୁ ନେଇ ଆଲୋଚନା ହୋଇଥିଲା । ଆଗାମୀ ଜାନୁୟାରୀ ୧୧ ତାରିଖ ରବିବାର ଦିନ ଟାଉନ ବାଳିକା ବିଦ୍ୟାଳୟରେ ଉତ୍ସବ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଭିନ୍ନ ବ୍ଲକର କଳାକାର ଓ ବୁଦ୍ଧିଜୀବୀ ଓ ସରକାରୀ କର୍ମଚାରୀମାନଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଯାଇଥିଲା । ସହକାରୀ କଲେକ୍ଟର ଜୟକୃଷ୍ଣ ପାଣିଗ୍ରାହି, ଆଲୋକ ପୁରୋହିତ ପ୍ରମୁଖ ମଂଚାସିନ ଥିଲେ । କଳାକାର ସଂଘର ମଧୁସୂଦନ ନାୟକ, ଜଗଦାନନ୍ଦ ଛୁରିଆ, ବ୍ରହ୍ମାନନ୍ଦ ବନଛୋର, କାଳି ପ୍ରସାଦ ଷଡଙ୍ଗିର, ଘାସିରାମ ମିଶ୍ର, ମୂରଲିଧର ପତି, ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର । ଧନ୍ୟବାଦ ଦେଇଥିଲେ ନେସଲା ପାତ୍ର

Leave A Reply

Your email address will not be published.