ଧର୍ମ ପରାୟଣ ଶତାୟୁ ମହିଳା ଜୟ କୁମାରୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ଗୌନ୍ତିଆ ପରିବାରର ଶତାୟୁ ଧର୍ମ ପରାୟଣ ମହିଳା ଜୟକୁମାରୀ ସାହୁ (୧୦୩)ଙ୍କ ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି । ଶ୍ରୀମତୀ ସାହୁ ଜଣେ ଧର୍ମ ପାରାୟଣା, ପରଉପକାରୀ ମହିଳା ଭାବରେ ପରିଚିତ ଥିଲେ । ଗତ ଜୁନ ମାସ ତାଙ୍କର ଆଇନଜୀବୀ ପୁଅ ସ୍ଵଗର୍ତଃ ଅନନ୍ତ ସାହୁଙ୍କ ପରଲୋକ ହେବା ପରେ ସେ ଭାଙ୍ଗି ପଡ଼ି ଅଧିକ ଅସୁସ୍ଥ ହୋଇପଡିଥିଲେ । ଏନେଇ ପରିବାର ଲୋକେ ତାଙ୍କର ଚିକିତ୍ସା ଜାରି ରଖିଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମୃତ୍ୟୁ ଶଯ୍ୟାରେ ଝିଅ, ପୁଅ, ପୁତ୍ର ବଧୂ ନାତି, ନାତୁଣୀ ସହ ପରିବାର ବନ୍ଧୁ ବର୍ଗ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ସୋନଗଡ଼ ନଦୀକୂଳରେ ଶେଷକୃତ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପୁଅ ରାଧାକାନ୍ତ ସାହୁ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.