jsm

ଜାତୀୟ ସ୍ତରରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଞ୍ଚିସ୍ଥିତ ତାନା ଭଗତ ଇନ୍‌ଡୋର ଷ୍ଟାଡିୟମ ଠାରେ ୨୩ତମ ସର୍ବ ଭାରତୀୟ ଫେଡେରେସନ କପ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାକୁ ଅଲ ଇଣ୍ଡିଆ ସେଇସିନ୍‌କାଇ ଶିଟୋର‍୍ୟୁ କରାଟେ ଡୁ ଫେଡେରେସନର ମୁଖ୍ୟ ହାଂସି ପ୍ରେମଜିତ ସେନଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଅଲ ଓଡିଶା ସେଇସିନ୍‌କାଇ ଶିଟୋର‍୍ୟୁ କରାଟେ ସଂଘର ମୁଖ୍ୟ ହୃଦୟ ଶବରଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା କରାଟେ ସ୍କୁଲର ୧୫ଜଣ କରାଟେକା ଭାଗ ନେଇଥିବା ବେଳେ ଆନନ୍ଦିତା ସାହୁ, କାବ୍ୟରାଣୀ ହଂସ, ଅଂଶୁମାନ ଧରୁଆ, ଜସମିନ୍‌ ସାହୁ ସ୍ୱର୍ଣ୍ଣପଦକ, ଯଶୋବନ୍ତ କୁମ୍ଭାର, ଶ୍ରୀୟା ସାହୁ, ପ୍ରତିକ୍ଷାରାଣୀ ପୁଟା ରୌପ୍ୟ ପଦକ । ସେହିପରି ସଲେଶ ବିଶ୍ୱାଳ, ଇଭାନ ପଧାନ, ଆର୍ଶିବାଦ ଦାସ, ହିତେସ ବେହେରା, ଅଭିନନ୍ଦନ ସ୍ୱାମୀ, ପିୟୁଶ ଭୋଇ, ଶ୍ୟାମାରାନି ଖୁଆସ ଓ ଆରାଧ୍ୟା ଦିବ୍ୟାରାନୀ ସାହୁ କାଂସ୍ୟ ପଦକ ସର୍ବମୋଟ ୨୮ ଗୋଟି ପଦକ ହାସଲ କରିଛନ୍ତି । ବଲାଙ୍ଗିର କରାଟେ ସ୍କୁଲର ସଭାପତି ସଚ୍ଚିଦାନନ୍ଦ ବାଗ, ସହ-ସଂପାଦକ ଚନ୍ଦ୍ର ଶେଖର ସେଠ, କୋଷାଧ୍ୟକ୍ଷ ରବି ବେହେରା, ଜିଲ୍ଲା କରାଟେ ସଂଘର ସଭାପତି ଦେବଦତ୍ତ ବେହେରା ଓ ସମସ୍ତ ସଦସ୍ୟ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଦଳ ସହିତ ରେଖା ମନହିରା ମ୍ୟାନେଜର ଓ ପୁରୁଷୋତ୍ତମ ବାଗ ପ୍ରଶିକ୍ଷକ ଭାବରେ ରାଞ୍ଚି ଯାତ୍ରା କରିଥିଲେ ।

yuvodaya
Leave A Reply

Your email address will not be published.