jsm

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

csstore

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ :

୧. ୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ :

ଟ୍ରେନ ନ. ୦୨୮୩୨ ଭୁବନେଶ୍ୱର-ଧାନବାଦ ସ୍ପେଶାଲ୍ ୨୮ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ସେହିଭଳି, ଟ୍ରେନ ନ. ୦୨୮୩୧ ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ ୩ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

୨. ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ୍ :

ଶାଲିମାରରୁ ପ୍ରତି ରବିବାର ଛାଡୁଥିବା ଟ୍ରେନ ନ. ୦୨୮୩୯ ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ୍ ୨୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।
ସେହିଭଳି, ପୁରୀରୁ ପ୍ରତି ସୋମବାର ଛାଡୁଥିବା ଟ୍ରେନ ନ. ୦୨୮୪୦ ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ୍ ୨୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

୩. ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ୍ :

ଭଞ୍ଜପୁରରୁ ପ୍ରତି ଗୁରୁବାର ଏବଂ ଶନିବାର ଛାଡୁଥିବା ଟ୍ରେନ ନ. ୦୮୦୧୧ ଭଞ୍ଜପୁର-ପୁରୀ ସ୍ପେଶାଲ୍ ଟ୍ରେନକୁ ୨୮ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସେହିଭଳି, ପୁରୀରୁ ପ୍ରତି ଶୁକ୍ରବାର ଏବଂ ରବିବାର ଛାଡୁଥିବା ଟ୍ରେନ ନ. ୦୮୦୧୨ ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନକୁ ୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

ଯାତ୍ରୀମାନଙ୍କୁ ଏହି ସମ୍ପ୍ରସାରଣଗୁଡ଼ିକୁ ଧ୍ୟାନ ଦେବାକୁ ଏବଂ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।

yuvodaya
Leave A Reply

Your email address will not be published.