ବଲାଙ୍ଗିର, (କେପିଏନ୍ଏସ୍) : ଭୁବନେଶ୍ୱର ସ୍ଥିତ କିଭା ହୋଟେଲ ପରିସରରେ ରାଜ୍ୟ ସ୍ତରୀୟ ଆମ ଅଗଣାର ସଜଫୁଲ ପରିବାର ସାହିତ୍ୟ ଅନୁଷ୍ଠାନ ତରଫରୁ ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ କବି ଲେଖକ ରାଜକିଶୋର ପଣ୍ଡା ସମ୍ବର୍ଦ୍ଧିତ ହୋଇଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ କୁମାର ଭୁତିଆଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ମିହିର କୁମାର ମେହେର, ମୁଖ୍ୟବକ୍ତା ମନୋଜ କୁମାର ମିଶ୍ର, ସମ୍ମାନିତ ଅତିଥି ସନ୍ତୋଷ କୁମାର କର, ବିପିନ କୁମାର ଲେଙ୍କା, ଗୋଲକ କୁମାର ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଲେଖକ ଓ କବିମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ କରିବା ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବଲାଙ୍ଗିର ରାମେଶ୍ୱର ନଗରର ନିବାସୀ କବି ସାହିତ୍ୟିକ ରାଜକିଶୋର ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ “ଶବ୍ଦ କୁବେର” ସମ୍ମାନ ଓ ଛନ୍ଦ ବୋଧ କବିତା ରଚନା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବାରୁ ସନନ୍ଦ ସମ୍ମାନ ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ତଥା ସମୀକ୍ଷକ କୁଞ୍ଜବିହାରୀ ଦଳେଇ, ସସ୍ମିତା ବାରିକ, ସ୍ୱାଗତିକା ସାହୁ, ଅରୁନ୍ଧତୀ ଲେଙ୍କା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଅପରାଜିତା ମହାନ୍ତି ଓ ସୁପ୍ରିୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Next Post