jsm

ପଞ୍ଚାୟତ ସମିତି ମହା ବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପଞ୍ଚାୟତ ସମିତି ମହା ବିଦ୍ୟାଳୟ ଠାରେ ଆଜି ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛିଫ ମହା ବିଦ୍ୟାଳୟର ଅଧକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଅମ୍ବିକା ପ୍ରସାଦ ତ୍ରିବେଦୀ, ମୁଖ୍ୟବକ୍ତା ଭାବରେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ (ମନ ମାଷ୍ଟ୍ରେ) ମଞ୍ଚାସୀନ ହୋଇଥିବା ବେଳେ ଗାଇସିଲେଟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପି.ଆର୍‌.ଆଇ ମେମ୍ବର ତଥା ଅନେକ ଶିକ୍ଷାବିତ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାଧ୍ୟାପକ ସୁଦୀପ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପକ ନାରାୟଣ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ବାର୍ଷିକ ବିବରଣୀ ପଠନ କରିବା ସହ ଶିକ୍ଷାନୁଷ୍ଠାନ ହେଉଛି ଏକ ମନ୍ଦିର ସଦୃଶ, ପରିବେଶ ପରି ଶାନ୍ତ, ସରଳ, କୋମଳ ପରିବେଶ ଛାତ୍ରଛାତ୍ରୀ ମାନଙ୍କ ଅଧ୍ୟୟନ ତାଙ୍କ ଜୀବନର ଲକ୍ଷ ପଥକୁ ସୁଗମ କରିଥାଏ ବୋଲି ମତ ପ୍ରକାଶ କରିଥିଲେ । ବାର୍ଷିକ ଉତ୍ସବ କେବଳ ଏକ ଉତ୍ସବ ନୁହେଁ ଏହା ଗତ ଏକ ବର୍ଷର ସାଧନା ସଫଳତା ଓ ସମୀକ୍ଷା କରିବାର ମଞ୍ଚ । ନିଜ ଚରିତ୍ର, କର୍ମ ତ୍ୟାଗ, ସେବା ଓ ଆଦର୍ଶ ଦ୍ଵାରା ସମାଜ ଓ ଦେଶ ପାଇଁ ଅମୂଲ୍ୟ ଅବଦାନ ରଖିଥିବା ଅନେକ ମହାପୁରୁଷ ମାନଙ୍କ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିବା ସହ ଜଣେ ସାଂସଦ ଭାବରେ ଏହି ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ମୁଁ ପ୍ରତିବଦ୍ଧ ବୋଲି ପ୍ରକାଶ କରିଥିବା ବେଳେ ଶିକ୍ଷା ସହିତ ସଂସ୍କାର, ସିଷ୍ଟାଚାର ଓ ଦେଶ ପ୍ରେମକୁ ନିଜ ଜୀବନର ଅଂଶ କରିବା ସହିତ ଲକ୍ଷ ସ୍ଥିର କରି କଠିନ ପରିଶ୍ରମ କଲେ ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ବିଧାୟକ ଶ୍ରୀ ଗଡତିଆ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ସାହୁ ଏହି ମହାବିଦ୍ୟାଳୟ କେବଳ ପୁସ୍ତକୀୟ ଶିକ୍ଷା ଦେଇ ନାହିଁ ବରଂ ଚରିତ୍ର ଗଢିଛି, ନେତୃତ୍ୱ ସୃଷ୍ଟି କରିଛି ସମାଜ ପାଇଁ ଅନେକ ଦାୟିତ୍ୱଶୀଳ ନାଗରିକ ତିଆରି କରିଛି ବୋଲି କହିବା ସହିତ ଗୁରୁ ମାନଙ୍କ ଠାରୁ ଯଦି ଶିଷ୍ୟ ବଢ଼ି ଯାଏ ତେବେ ତାହା ହିଁ ହେଉଛି ପ୍ରକୃତ ଶିକ୍ଷାଦାନ ବୋଲି ପ୍ରକାଶ କରିଥିଲେ ଏବଂ ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ପାଳନ ହୋଇଥିବାରୁ ଅଧ୍ୟକ୍ଷ ଡ. ତ୍ରିପାଠୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ପ୍ରଦାନ କରିଥିଲେ । ଏହି ଅବସରରେ ପି.ଏଚ୍.ଡି ଡିଗ୍ରୀ ଲାଭ କରିଥିବାରୁ ଅଧ୍ୟାପିକା ବୀଣାପାଣି ତାଣ୍ଡିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପିକା ପ୍ରତୀକ୍ଷା ଦଣ୍ଡସେନା ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶନାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କାର୍ଯ୍ୟକ୍ରମଟି ଅତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ ପରିଶେଷରେ ପ୍ରାଧ୍ୟାପକ ପ୍ରଦୀପ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.