ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଓ ପ୍ରଭାତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ନୃସିଂହନାଥ ମନ୍ଦିରରୁ ଛାତ୍ରମାନେ ମଶାଲ ଶୋଭାଯାତ୍ରାରେ ବାହାରି ଏମ୍.ଇ. ସ୍କୁଲ ଖେଳ ପଡିଆରେ ପହଞ୍ଚିଥିଲେ । ଅଧ୍ୟକ୍ଷ ଲୋହିତ କୁମାର ବାରିକ କ୍ରୀଡ଼ା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପାଇକମାଲ ରେଞ୍ଜ ଅଫିସର ନିହାର ରଞ୍ଜନ ସୁତାର ଓ ମିଠାପାଲି ରେଞ୍ଜ ଅଫିସର ଗୋପାଳଚନ୍ଦ୍ର ସାଏ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ । ଉଭୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୮ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ର ସୌମ୍ୟରଞ୍ଜନ ହୋତା ସମସ୍ତ ଖେଳାଳି ମାନଙ୍କୁ ଶପଥ ପାଠ କରାଇଥିଲେ । ପିଇଟି ନାରାୟଣ ସାହୁ, ଦୁର୍ଯ୍ୟୋଧନ ତ୍ରିପାଠୀ, ରଜତ ମିଶ୍ର, ସୁଦର୍ଶନ ମହାକୁର କ୍ରୀଡ଼ା ପରିଚାଳନା କରିଥିଲେ । ଛାତ୍ରୀମାନଙ୍କ ପକ୍ଷରୁ ଦୀପିକା ଭୁଏ ଓ ଛାତ୍ରମାନଙ୍କ ପକ୍ଷରୁ ବିଶିକେଶନ ଧରୁଆ ଚମ୍ପିୟାନ ହୋଇଥିଲେ । ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।