ମନରେଗା ଯୋଜନାରେ ରାଜ୍ୟ ସରକାର କାର୍ଯ୍ୟ ଦିବସ ଓ ଦୈନିକ ମଜୁରୀ ବଢ଼ାଇବା ନେଇ ଖୁସି ମନାଇଲେ ଟେମରୀ ଗ୍ରାମ ପଞ୍ଚାୟତର ଶ୍ରମିକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ପାଇକମାଲ ବ୍ଲକର ଟେମରୀ ଗ୍ରାମ ପଞ୍ଚାୟତରେ ଦେଖା ଦେଇଛି ଏକ ଅଭିନବ ଖୁସିର ଲହରୀ । ଯେଉଁଠି ଦିନ ତମାମ ଖଟି ଖଟି ନିଜର ଝାଳବୁହା ପରିଶ୍ରମ କରି ଦି ମୁଠା ଖାଇବାକୁ କଠିନ ପରିଶ୍ରମ କରନ୍ତି । ପେଟ ପୋଷିବା ପାଇଁ ଦୈନିକ କୁଲି ମଜୁରୀ କରି ନିଜ ପରିବାର ପରିପୋଷଣ ପାଇଁ ବହୁ କଷ୍ଟରେ ଜୀବିକା ନିର୍ବାହ କରି ନିଜ ପିଲାଛୁଆଙ୍କ ଭବିଷ୍ୟତ ପାଇଁ ଦିନତମାମ କାର୍ଯ୍ୟ କରନ୍ତି । ଆଜି ସେମାନଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି । ସଂକୀର୍ତ୍ତନ ଗୀତ ସହ ପଞ୍ଚବାଦ୍ୟ ଗଣ୍ଡାବଜାରେ ହରିବୋଲ ହୁଳହୁଳିରେ ସାରା ଗାଁ ପରିଭ୍ରମଣ କରି ଖୁସିର ଲହରୀ ମନାଇଛନ୍ତି ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ (ମନରେଗା) କାମ କରୁଥିା ଶ୍ରମିକ ମାନେ । ପୂର୍ବରୁ ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ବର୍ଷକୁ ୧୦୦ ଦିନ କାର୍ଯ୍ୟ ଦିବସ ଓ ୨୭୩ ଟଙ୍କା ଦୈନିକ ମଜୁରୀ ଦେଉଥିବା ବେଳେ ବର୍ତ୍ତମାନର ବିଜେପି ସରକାର ଏହି ଯୋଜନାରେ କାର୍ଯ୍ୟ ଦିବସକୁ ବୃଦ୍ଧି କରି ବର୍ଷକୁ ୩୦୦ ଦିନ କାର୍ଯ୍ୟ ଦିବସ ଓ ଦୈନିକ ମଜୁରୀ ୩୭୧ ଟଙ୍କା ବୃଦ୍ଧି କରିଛନ୍ତି । ଏହି ମନରେଗା ଯୋଜନା କେବଳ ଦାଦନ ପ୍ରବଣ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବା ପାଇଁ ସରକାର ପଦକ୍ଷେପ ନେଇଥିବା ବେଳେ ଏହା ୨୦୨୫ ଡିସେମ୍ବର ମାସ ୧ ତାରିଖରୁ ମନରେଗା ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯିବା ନେଇ ସରକାର ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ସବଡ଼ିଭିଜନର ଗାଇସିଲେଟ, ଝାରବନ୍ଧ ଓ ପାଇକମାଲ ବ୍ଲକରେ କାର୍ଯ୍ୟକାରୀ ହେଉଥିବାରୁ ଖୁସି ମନାଇଛନ୍ତି ମନରେଗା ଶ୍ରମିକ । ଆଜି ଏନେଇ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ମନରେଗା ଶ୍ରମିକମାନେ କରିଛନ୍ତି ଅଭିନବ ସେଲିବ୍ରେସନ୍ । ଟେମରୀ ଗ୍ରାମ ପଞ୍ଚାୟତର ମନରେଗା ଶ୍ରମିକମାନେ ଏକ ଭବ୍ୟ ସମାରୋହ କରି ପଞ୍ଚବାଦ୍ୟ ଗଣ୍ଡାବଜା ସହ ସଂକତ୍ର୍ତ୍ତନ୍ୟ ଦଳ, ହରିବୋଲ ହୁଳହୁଳି ସହ ଗ୍ରାମ ପରିଭ୍ରମଣ କରି ଆନନ୍ଦ ଉଲ୍ଲାସରେ ଉତଫୁଲିତ ହୋଇ ଖୁସି ମନାଇଛନ୍ତି । ସୂଚନା ଯୋଗ୍ୟ ଯେ- ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ୧୦୦ ଦିନ କାର୍ଯ୍ୟ ଦିବସ ଓ ଦୈନିକ ମଜୁରୀ ଶ୍ରମିକ ମାନଙ୍କୁ ସମୁଦ୍ରକୁ ଶଙ୍ଖେ ପାଣି ହେଉଥିବାରୁ ପରିବାର ପରିପୋଷଣ କରିବା କଷ୍ଟକର ବ୍ୟାପାର ସାଜିଥିଲା । ଏହି ଯୋଜନାରେ ଶ୍ରମିକ ଦିବସ ବୃଦ୍ଧି ଓ ଦୈନିକ ମଜୁରୀ ବୃଦ୍ଧି କରିବାକୁ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଲୀପ ବେହେରା ବିଗତ ଦିନରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ଦେବା ସହ ଆଲୋଚନା କରିଥିଲେ । ଯାହାକି ବିଭିନ୍ନ ଇଲୋକ୍ଟ୍ରନିକ ଓ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ହୋଇଥିଲା । ରାଜ୍ୟ ସରକାର ଏହି ମନରେଗା ଯୋଜନାରେ କାର୍ଯ୍ୟ ଦିବସ ଓ ମଜୁରୀ ବୃଦ୍ଧି କରି ଡିସେମ୍ବର ମାସ ୧ ତାରିଖରୁ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିଥିବାରୁ ରାଜ୍ୟର ବିଜେପି ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରଦୀପ ପୁରୋହିତଙ୍କୁ ମନରେଗା ଶ୍ରମିକ ଓ ଅଞ୍ଚଳବାସୀ ଧନ୍ୟବାଦ ପ୍ରଦାନ କରି ଖୁସି ମନାଇ ନାରାବାଜି କରିଛନ୍ତି । ସରପଞ୍ଚ ଦିଲ୍ଲୀପ ବେହେରାଙ୍କୁ ମଧ୍ୟ ଶ୍ରମିକମାନେ ସମ୍ବର୍ଦ୍ଧନା ଜ୍ଞାପନ କରି ଏକ ଶୋଭାଯାତ୍ରାରେ ଗାଁ ପରିଭ୍ରମଣ କରାଇଛନ୍ତି । ମନରେଗା ଶ୍ରମିକମାନେ ସେଲିବ୍ରେସନ ମନାଇ ଥିବାରୁ ଘଟଣାଟି ଅଞ୍ଚଳରେ ଏକ ଖୁସିର ବାତାବରଣ ସୃଷ୍ଟି କରିଛି । ମନରେଗା ଶ୍ରମିକ ଗୁଣମଣି ହଂସ, ଲିଙ୍ଗରାଜ ବାରିକ, ଉପେନ୍ଦ୍ର ବରିହା, ଦୟାନିଧି ବରିହାଙ୍କ ସମେତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ ବେହେରା ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ମଧ୍ୟ ସରକାରଙ୍କ ଦୈନିକ ମଜୁରୀ ଓ ଶ୍ରମ ଦିବସ ବୃଦ୍ଧି କରିଥିବାରୁ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତର ଶ୍ରମିକ ମାନଙ୍କ ଆନନ୍ଦ ଉତ୍ସାହ ଉନ୍ମାଦନା ଖୁସି ମନାଇ ଥିବାରୁ ଶ୍ରମିକ ମାନଙ୍କୁ ପ୍ରଂଶସା କରିବା ସହ ସରକାରଙ୍କ ଯୋଜନାର ସଫଳତା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏହା ପାଇକମାଲ ବ୍ଲକ ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରତିଫଳନ ହେଉଛି ବୋଲି କହିଛନ୍ତି ।