
ବରଗଡ, (ମୁନାସାହୁ) : ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଝଲକା ସେବା ସଂଗଠନ, ସୁଖା ତରଫରୁ କୋଶଳ ସୁନ୍ଦରୀ ସମ୍ମାନ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଆଇନଜ୍ଞ ତଥା ସଂଗୀତକାର ରାଧେଶ୍ୟାମ ଦୀପ ଥିବାବେଳେ, ଝଲକା ସେବା ସଂଗଠନର ସଭାପତି ୨୦୨୩ କୋଶଳ ସୁନ୍ଦରୀ ବିଜେତା ଡକ୍ଟର ସସ୍ମିତା ମେହେର, କାର୍ଯ୍ୟକ୍ରମର ସଭାପତି ତଥା ଝଲକା ସେବା ସଂଗଠନର କୋଷାଧ୍ୟକ୍ଷ ଡକ୍ଟର ସୁବାସିନୀ ସାହୁ, ଏଆର୍ ପ୍ରଡକ୍ସନ୍ର ମୁଖ୍ୟ ଆରୁଷି ଅମୃତା ସରାଫ୍, ମୁଖ୍ୟବକ୍ତା ଭାବରେ କୋଶଳ ନେତା ତଥା ବରିଷ୍ଠ ସାମ୍ବାଦିକ କିଶୋର ହୋତା, ବକ୍ତା ଭାବରେ ସାମ୍ବାଦିକ ତଥା ସାହିତ୍ୟିକ ବିରାଜ ନନ୍ଦ ପାଢୀ, ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ତଥା ସମାଜସେବୀ ବିକ୍ରମ ସାହୁ ଏବଂ ସାମ୍ବାଦିକ ତଥା ସମାଜସେବୀ ସଂଗ୍ରାମ ପଣ୍ଡା ଏବଂ କୋଶଳ ସୁନ୍ଦରୀ ପୋଗ୍ରାମର ପରିକଳ୍ପନା ନିର୍ଦ୍ଦେଶକ ଅକ୍ଷୟ ସରାଫ୍ ମଞ୍ଚାସୀନ ଥିଲେ । କୋଶଳ ସୁନ୍ଦରୀ ୨୦୨୫ ପ୍ରଥମ ବିଜେତା ବଲାଙ୍ଗିରର ମୀନାବତୀ ମେହେରଙ୍କୁ ମାନପତ୍ର, ଉପଢୌକନ, ମୁକ୍ତା ଖଚିତ ମୁକୁଟ, ସୁନା ଅଳଙ୍କାର, ରୂପାର ଲକ୍ଷ୍ମୀ ଗଣେଶ, ସ୍ଲାସ୍, ସହିତ ମାସକୁ ମାସ କୋଶଳ ସୁନ୍ଦରୀ ପେନସନ୍ ଯୋଜନା ସହିତ ବାର ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ସେହିପରି ସୁନ୍ଦରଗଡର ଇପ୍ସିତା କୁମ୍ଭାର ଦ୍ୱିତୀୟ, ବରଗଡର ଝିଲି ସାହୁ ତୃତୀୟ, କିଶୋର ବିଭାଗରେ ସୁବର୍ଣ୍ଣପୁରର ପାୟଳ ବିଶ୍ୱକର୍ମା ପ୍ରଥମ, ବରଗଡର ବୈଷ୍ଣବୀ ପ୍ରଧାନ ଦ୍ୱିତୀୟ, ବରଗଡର ଭବ୍ୟା ଭର୍ଲିକା ପ୍ରଧାନ ତୃତୀୟ ହୋଇ ଥିବାବେଳେ ଶିଶୁ ବିଭାଗରେ ବରଗଡର ଅଭୀପ୍ସା ପାଢୀ ପ୍ରଥମ, ସମ୍ବଲପୁରର ଶ୍ୱେତା ହୋତା ଦ୍ୱିତୀୟ ଏବଂ ବରଗଡର ଶ୍ରବ୍ୟାସାନଭି ପ୍ରଧାନ ତୃତୀୟ ହୋଇ ସମ୍ମାନିତ ହୋଇଥିଲେ । ଏଥିରେ ସାହିତ୍ୟିକ, ସଂଗୀତଜ୍ଞ ତଥା ସମାଜସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବନମାଳୀ ଭୁଏ, ସୁମି ମେହେର, ବୁଲି ସା, ମମତା ଷାଣ୍ଢ, ରିଙ୍କି ଦୋରା, ପୂର୍ଣ୍ଣିମା ଜଗଦଲା, ସୁମତି ଜାଲ, ଗୁଞ୍ଜନ ସାହୁ, ମୀନାକ୍ଷୀ ମେହେର, ଜାହ୍ନବୀ ଦାଶ, ଅର୍ମାନ ପ୍ରିୟାଂସୁ ସରାଫ୍, ରିଙ୍କି ସରାଫ୍, ଅନୁସୂୟା ସା, ରିମା ହୋତା, ସଂଜୁକ୍ତା ପ୍ରଧାନ ସହଯୋଗ କରିଥିବା ବେଳେ ସଂଗୀତା ଦୀପ ସଂଯୋଜନା କରିଥିଲେ । ଲିଟିଲ ନାୟକ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସ୍ମୃତିସୁଧା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।