ରାୟପୁରଠାରେ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ 60ତମ ସର୍ବଭାରତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

• ପୁଲିସ ପ୍ରତି ସାଧାରଣ ଧାରଣାକୁ ପରିବର୍ତ୍ତନ କରିବା, ଯୁବ ସମାଜସହସମ୍ପର୍କବଢ଼ାଇବା, ସହରାଞ୍ଚଳ ଏବଂ ପର୍ଯ୍ୟଟନ ପୁଲିସବ୍ୟବସ୍ଥାକୁ ମଜବୁତ କରିବା ଏବଂ ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନତାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେପ୍ରଧାନମନ୍ତ୍ରୀ
• ପ୍ରଯୁକ୍ତିବିଦ୍ୟାର ଅଧିକ ବ୍ୟବହାର, କୃତ୍ରିମ ବୁଦ୍ଧିମତ୍ତା ଏବଂ ନ୍ୟାଟଗ୍ରିଡ୍ସମନ୍ୱୟ ପାଇଁ ଆହ୍ୱାନ କଲେପ୍ରଧାନମନ୍ତ୍ରୀ; ଦ୍ୱୀପ ସୁରକ୍ଷା, ଉପକୂଳ ପୋଲିସିଂ ଏବଂ ଫୋରେନସିକ୍-ଆଧାରିତ ତଦନ୍ତରେ ନବସୃଜନ ଉପରେ ଗୁରୁତ୍ୱାରୋପ କଲେ
• ସମ୍ମିଳନୀରେ ଭିଜନ୍ 2047ପୁଲିସିଂ ରୋଡମ୍ୟାପ୍, ଆତଙ୍କବାଦ ବିରୋଧୀ ଧାରା, ମହିଳା ସୁରକ୍ଷା, ପଳାତକ ଟ୍ରାକିଂ ଏବଂ ଫୋରେନସିକ୍ ସଂସ୍କାର ସମେତ ଜାତୀୟ ସୁରକ୍ଷା ପ୍ରାଥମିକତା ଉପରେ ବିସ୍ତୃତ ହେଲାଆଲୋଚନା
• ଦୃଢ଼ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସମନ୍ୱିତ ପ୍ରତିକ୍ରିୟାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେପ୍ରଧାନମନ୍ତ୍ରୀ; ଘୂର୍ଣ୍ଣିଝଡ଼, ବନ୍ୟା ଏବଂ ପ୍ରାକୃତିକ ଜରୁରୀକାଳୀନ ପରିସ୍ଥିତି ପରିଚାଳନା ପାଇଁ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ପାଇଁ ଦେଲେଆହ୍ୱାନ
• ବରିଷ୍ଠପୁଲିସ ଅଧିକାରୀଙ୍କୁ ବିକଶିତ ଭାରତର ଜାତୀୟ ଦୃଷ୍ଟିକୋଣ ସହିତ ପୁଲିସିଂ ଅଭ୍ୟାସକୁ ଆଧୁନିକୀକରଣ ଏବଂ ପୁନନିର୍ଦ୍ଧାରିତ କରିବାକୁ ଆହ୍ୱାନ କଲେପ୍ରଧାନମନ୍ତ୍ରୀ
• ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କଲେପ୍ରଧାନମନ୍ତ୍ରୀ; ନୂତନ ଭାବରେ ଆରମ୍ଭ ହୋଇଥିବା ସହରାଞ୍ଚଳ ପୁଲିସିଂ ପୁରସ୍କାରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ କଲେସମ୍ମାନିତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାୟପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟଠାରେ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକଙ୍କ 60ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ତିନି ଦିନିଆ ସମ୍ମିଳନୀର ବିଷୟବସ୍ତୁ ‘ବିକଶିତ ଭାରତ: ସୁରକ୍ଷା ପରିଦୃଶ୍ୟ’।
ପ୍ରଧାନମନ୍ତ୍ରୀ ଏହିସମ୍ମିଳନୀରେଅଧ୍ୟକ୍ଷତାକରିପେସାଦାରମନୋଭାବ, ସମ୍ବେଦନଶୀଳତା ଏବଂ ପ୍ରତିକ୍ରିୟାଶୀଳତା ବୃଦ୍ଧି କରି ପୁଲିସ ପ୍ରତି ସାଧାରଣରେରହିଥିବାଧାରଣାବଦଳାଇବାଉପରେଗୁରୁତ୍ୱାରୋପକରିଛନ୍ତି ।ବିଶେଷକରି ଯୁବପିଢ଼ିଙ୍କ ସହସମ୍ପର୍କସୁଦୃଢ଼କରିବାଲାଗି ସେ କହିଛନ୍ତି । ଶ୍ରୀ ମୋଦୀ ସହରାଞ୍ଚଳ ପୁଲିସବ୍ୟବସ୍ଥାକୁ ମଜବୁତ କରିବା, ପର୍ଯ୍ୟଟନ ପୁଲିସବ୍ୟବସ୍ଥାକୁ ସକ୍ରିୟକରିବା ଏବଂ ନୂତନ ଭାବରେ ପ୍ରଣୀତ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଏସବୁଆଇନ ଉପନିବେଶବାଦୀ ଯୁଗର ଅପରାଧିକ ଆଇନକୁ ବଦଳାଇବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପୁଲିସ ଓସମ୍ପ୍ରସାରିତ ପ୍ରଶାସନକୁଅଭିନବ ରଣନୀତି ଗ୍ରହଣ କରିବାକୁପରାମର୍ଶଦେଇଛନ୍ତି ।ଜନଶୂନ୍ୟଦ୍ୱୀପପୁଞ୍ଜକୁ ସମନ୍ୱିତ କରିବାକୁ ସେ କହିଛନ୍ତି । ନ୍ୟାଟ୍ ଗ୍ରିଡ୍ଅଧୀନରେ ସମନ୍ୱିତ ଡାଟାବେସ୍‌ର ପ୍ରଭାବଶାଳୀ ବ୍ୟବହାର କରିବା ଏବଂ କାର୍ଯ୍ୟାନୁଷ୍ଠାନଯୋଗ୍ୟବ୍ୟବସ୍ଥା ସୃଷ୍ଟି କରିବା ପାଇଁପ୍ରଧାନମନ୍ତ୍ରୀକହିଛନ୍ତି। ଏଥିସହିତ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଏହି ବ୍ୟବସ୍ଥାଗୁଡ଼ିକୁ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମୋଦୀବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁଲିସ ତଦନ୍ତରେ ଫୋରେନସିକ୍ ବ୍ୟବହାର ଉପରେ କେସ୍ ଷ୍ଟଡି କରିବାକୁ ଉତ୍ସାହିତ କରିବାକୁ ଆହ୍ୱାନ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବର୍ଦ୍ଧିତ ଫୋରେନସିକ୍ ପ୍ରୟୋଗ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ।
ନିଷିଦ୍ଧ ସଂଗଠନଗୁଡ଼ିକର ନିୟମିତ ତଦାରଖ ପାଇଁ ସୁଦୃଢ଼ବ୍ୟବସ୍ଥା, ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ ଅଞ୍ଚଳଗୁଡ଼ିକର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଏବଂ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅଭିନବ ମଡେଲ ଗ୍ରହଣ କରିବାର ଗୁରୁତ୍ୱକୁ ସେ ପୁନର୍ବାର ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ଜୋରଦେଇକହିଥିଲେ, ନିଶା କାରବାର ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଆବଶ୍ୟକ, ଯାହା କାର୍ଯ୍ୟକାରିତା, ଥଇଥାନ ଏବଂ ଗୋଷ୍ଠୀସ୍ତରୀୟ ହସ୍ତକ୍ଷେପକୁ ଏକତ୍ରିତ କରିପାରୁଥିବ।
ସମ୍ମିଳନୀରେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା। ଭିଜନ 2047କୁ ସାକାରକରିବାଲାଗିପୁଲିସିଂ ପାଇଁ ଦୀର୍ଘକାଳୀନ ରୋଡମ୍ୟାପ୍, ଆତଙ୍କବାଦ ବିରୋଧୀ ଏବଂ ମୌଳବାଦ ବିରୋଧୀ ଧାରା, ମହିଳା ସୁରକ୍ଷା ବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ବିଦେଶରେ ଥିବା ଭାରତୀୟ ପଳାତକଅପରାଧୀଙ୍କୁ ଫେରାଇ ଆଣିବା ପାଇଁ ରଣନୀତି ଏବଂ ପ୍ରଭାବଶାଳୀ ତଦନ୍ତ ଏବଂ ଦଣ୍ଡବିଧାନ ସୁନିଶ୍ଚିତ କରିବା ପାଇଁ ଫରେନସିକ୍ କ୍ଷମତାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।
ପ୍ରଭାବୀଢଙ୍ଗରେ ବିପର୍ଯ୍ୟୟ ପରିଚାଳନା ପାଇଁ ଦୃଢ଼ ପ୍ରସ୍ତୁତି ଏବଂ ସମନ୍ୱୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।ଘୂର୍ଣ୍ଣିଝଡ଼ ଦିତୱାର ସ୍ଥିତି ସମେତ ସାମୁଦ୍ରିକଝଡ଼, ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜରୁରୀକାଳୀନ ପରିସ୍ଥିତିର ମୁକାବିଲାକରିବାଲାଗିବ୍ୟବସ୍ଥାକୁସୁଦୃଢ଼କରିବାଲାଗି ସେପୁଲିସ ମୁଖ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେ ଗୁରୁତ୍ୱାରୋପ କରିକହିଥିଲେ ଯେ ଏପରି ଘଟଣା ସମୟରେ ଜୀବନ ସୁରକ୍ଷା ଏବଂ ସର୍ବନିମ୍ନ କ୍ଷୟକ୍ଷତିସୁନିଶ୍ଚିତ କରିବା ପାଇଁ ସକ୍ରିୟ ଯୋଜନା, ବାସ୍ତବ-ସମୟ ସମନ୍ୱୟ, ତୁରନ୍ତ ପ୍ରତିକ୍ରିୟା ଏବଂ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଅତ୍ୟନ୍ତ ଜରୁରୀ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ, ଏକ ବିକାଶଶୀଳ ରାଷ୍ଟ୍ର ବିକଶିତ ଭାରତ ହେବାର ଆକାଂକ୍ଷା ପୂରଣ କରିବା ପାଇଁ ପୁଲିସିଂ ଶୈଳୀକୁ ପୁନଃପ୍ରସ୍ତୁତ କରିବାକୁ ପୁଲିସ ନେତୃତ୍ୱଙ୍କୁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ ଗୁଇନ୍ଦା ବ୍ୟୁରୋର ଅଧିକାରୀମାନଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନକରିଥିଲେ। ସେ ସହରାଞ୍ଚଳ ପୁଲିସବ୍ୟବସ୍ଥାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ତିନୋଟି ସହରକୁ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ, ଏହା ସହରାଞ୍ଚଳ ପୁଲିସିଂରେ ନବସୃଜନ ଏବଂ ଉନ୍ନତିକୁ ଉତ୍ସାହିତ କରିବାଲାଗି ପ୍ରଥମ ଥର ପାଇଁ ପ୍ରଚଳନ କରାଯାଇଥିବା ଏକ ସ୍ୱୀକୃତି।
ସମ୍ମିଳନୀର କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ସଚିବ ଯୋଗ ଦେଇଥିଲେ। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରପୁଲିସଡିଜି, ଆଇଜି, ସିଏପିଏଫ୍ ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ। ସେହିପରିସାରାଦେଶରୁ 700ରୁ ଅଧିକ ପୁଲିସଅଧିକାରୀ ଆଭାସୀମାଧ୍ୟମରେସମ୍ମିଳନୀରେଯୋଗ ଦେଇଥିଲେ ।

Leave A Reply

Your email address will not be published.