ତୃତୀୟ ଇସ୍ପାତ ନାଟ୍ୟମହୋତ୍ସବ ୨୦୨୫ ଡିସେମ୍ବର ୨ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ୨୭ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ “ଏକତ୍ର” ଆୟୋଜନ କରିବାକୁ ଯାଉଛି ବିଶାଳ ନାଟ୍ୟ ମେଳା । ଆସନ୍ତା ଡିସେମ୍ବର ମାସ ୨ରୁ ୧୨ ପର୍ଯ୍ୟନ୍ତ ରାଉରକେଲାର ପ୍ରତିଷ୍ଠିତ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ସୁନ୍ଦର ସୁନ୍ଦର ନାଟକ ପରିବେଷଣ କରାଯିବ । ଆସନ୍ତା ୨ ତାରିଖ ଦିନ ନାଟ୍ୟାନୁଷ୍ଠାନ ଦ ବିଲିଭର୍ସ ତରଫରୁ ଭକ୍ତର ଭଗବାନ, ୩ ତାରିଖ ଦିନ ନାଟ୍ୟାନୁଷ୍ଠାନ କୋଶଲ ନାଟକ ପରିଷଦ ତରଫରୁ ନାଟକ ଦେବତା, ୪ ତାରିଖ ଦିନ ନାଟ୍ୟାନୁଷ୍ଠାନ ସଂକଳ୍ପ ତରଫରୁ ନାଟକ ସଦଗତି, ନାଟ୍ୟାନୁଷ୍ଠାନ ସରନା ନବ ଯୁବକ ସଙ୍ଘର ନାଟକ ଚନ୍ଦ୍ରାଦିତ୍ୟ, ୫ ତାରିଖ ନାଟ୍ୟାନୁଷ୍ଠାନ ନାୟିକାର ନାଟକ ଅହି ସୁଲକ୍ଷଣି ଏବଂ ନାଟ୍ୟାନୁଷ୍ଠାନ ଉପହାର ତରଫରୁ ନାଟକ ଶେଷ ଚିଠି, ୬ ତାରିଖ ଦିନ ନାଟ୍ୟନୁଷ୍ଠାନ ମହୁମାଛି ତରଫରୁ ନାଟକ କାଞ୍ଚି ଅଭିଯାନ ଏବଂ ନାଟ୍ୟାନୁଷ୍ଠାନ ନଟରାଜ ନୃତ୍ୟ ପରିଷଦ ତରଫରୁ ନାଟକ ଅବ୍ୟକ୍ତ ଅନେକ, ୭ ତାରିଖ ଦିନ ନାଟ୍ୟାନୁଷ୍ଠାନ ଆମେ ନାଟୁଆ ତରଫରୁ ନାଟକ କିଛି ସତ କିଛି ମିଛ, ୮ ତାରିଖ ଦିନ ନାଟ୍ୟାନୁଷ୍ଠାନ ପଞ୍ଚତତ୍ତ୍ୱ ତରଫରୁ ନାଟକ ନାଗମଣ୍ଡଳ, ୯ ତାରିଖ ଦିନ ନାଟ୍ୟାନୁଷ୍ଠାନ ରଙ୍ଗମଞ୍ଚ ତରଫରୁ ନାଟକ ହନୁମାନ ପଇସା, ୧୦ ତାରିଖ ଦିନ ନାଟ୍ୟାନୁଷ୍ଠାନ ପ୍ରତିବିମ୍ବ ତରଫରୁ ନାଟକ ବ୍ରହ୍ମନାଦ, ୧୧ ତାତିଖ ଦିନ ନାଟ୍ୟାନୁଷ୍ଠାନ ପ୍ରୟାସ ତରଫରୁ ନାଟକ ସୂର୍ଯ୍ୟୋଦୟ ପୂର୍ବେ, ୧୨ ତାରିଖ ଦିନ ନାଟ୍ୟାନୁଷ୍ଠାନ ସ୍ୱସ୍ତି ଝଙ୍କାର ତରଫରୁ ନାଟକ ନିଜଠାରୁ ନିଜର ଦୂରତା ପରିବେଷଣ ହେବ । ପ୍ରତ୍ୟେହ ସନ୍ଧ୍ୟା ୬. ୩୦ମି ସମୟରେ ସେକ୍ଟର ୧୯ ସ୍ଥିତ ସିଭିକ ସେଣ୍ଟର ଠାରେ ରାଉରକେଲାର ସମସ୍ତ ନାଟ୍ୟପ୍ରେମୀ ଓ ଜନସାଧାରଣ ମାନଙ୍କୁ ନିଃଶୁଳ୍କ ନାଟକ ଦେଖିବା ପାଇଁ ଏକତ୍ର ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.