କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବନ୍ଧକନା ମଣ୍ଡି ପରିସରରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ସ୍ୱତନ୍ତ୍ର ଅତିଥୀ, ଅପ୍ରେସ ସ୍ୱାଇଁ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ମନୀନ୍ଦ୍ର ପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନ ସଭାପତି ପ୍ରମୁଖ ମଞ୍ଚାସୀନ ଥିଲେ । ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ୧୫୦ ଜୟନ୍ତୀ ଏବଂ ବନ୍ଦେ ମାତରଂ ୧୫୦ ପୂର୍ତ୍ତି ପାଳନ ଅବସରରେ ସ୍ୱଦେଶୀ ବ୍ୟବହାରକୁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଏକ ଭାରତ ଆତ୍ମ ନିର୍ଭର ଭାରତ ପାଇଁ ମଧ୍ୟ ସଂକଳ୍ପ ନେଇଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ଘରକୁ ଯାଇ ସ୍ୱଦେଶୀ ବ୍ୟବହାର ପାଇଁ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଅତିଥୀ ଏବଂ କର୍ମକର୍ତ୍ତା ମାନେ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଏବଂ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Next Post