ଦେଓଗାଁ ବ୍ଲକ ସ୍ତରୀୟ ଶକ୍ତି କ୍ଲବ କ୍ୱିଜ୍ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶକ୍ତି କ୍ଲବ୍ କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକର ୧୮ଟି ବିଦ୍ୟାଳୟର ୧୪୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ ଏବଂ ଜିଲ୍ଲାର ମାଷ୍ଟର ଟ୍ରେନର ରାଜାକିଶୋର ମିଶ୍ର ଓ ସୁବ୍ରତ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ରାଣୀ ସାହୁ, ଅନ୍ୱେଷାରାଣୀ ସାହୁ, ସାଇକ୍ରୀଷ୍ଣା ରଣା ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ବିଦ୍ୟାଳୟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ପ୍ରତାପ ମିଶ୍ର, ଜିତେନ୍ଦ୍ର ପଟେଲ, ଭକ୍ତବନ୍ଧୁ ପୁରୋହିତ, ପ୍ରଶାନ୍ତ ପଣ୍ଡା, ସୁନିତା ମଲ୍ଲିକ, ମିନତୀ ସରଭଙ୍ଗ, ପଞ୍ଚମନ ସାହୁ, ଶ୍ରୀକାନ୍ତ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.