ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଜିଲ୍ଲା ଦୌଡ କୁଦ ପ୍ରତିଯୋଗିତା (ଆଥେଲେଟିକ ମିଟ) ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ କୁହାଯାଇଛି । ଏହି ପ୍ରତିଯୋଗିତାରେ ଭାଗନେବାକୁ ଥିବା ଜିଲ୍ଲାର ସ୍କୁଲ, କଲେଜ, କ୍ଲବ, କ୍ରୀଡା ଅନୁଷ୍ଠାନ ଏବଂ ଇଚ୍ଛୁକ ଖେଳାଳୀମାନେ ନିଜର ବ୍ୟକ୍ତିଗତ ନାମ, ଜନ୍ମ ପ୍ରମାଣ ପାତ୍ର କିମ୍ବା ଆଧାର କାର୍ଡ ସହିତ ଆସନ୍ତା ଡିସେମ୍ବର ୫ ତାରିଖ ସୁଦ୍ଧା କ୍ରୀଡା ସଂସଦ କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ପାଇଁ ସାଧାରଣ ସଂପାଦକ ଏବଂ କ୍ରୀଡା ସଂପାଦକଙ୍କ ସହିତ ଯୋଗଯୋଗ କରିବେ ।