jsm

କୁଚାଗାଁ ମା ଲଙ୍କେଶ୍ୱରୀଙ୍କ ବାର୍ଷିକ ଦଶରା ଅନୁଷ୍ଠିତ : ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରବଳ ଜନ ସମାଗମ

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ କୁଚାଗାଁର ଆରାଧ୍ୟ ଦେବୀ ମା’ ଲଙ୍କେଶ୍ୱରୀ ଦେବୀଙ୍କ ବାର୍ଷିକ ଦଶରା ୨୦୨୫ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ଅପରାହ ରେ ଲାଠିଯାତ୍ର ଅନୁଷ୍ଠିତ ହୋଇଥିଲା । ଲଙ୍କେଶ୍ୱରୀ ଦେବୀ ପୂଝାରୀଙ୍କ ଘରୁ ଲଙ୍କେଶ୍ୱରୀ ମା’ ଲାଠି ଓ କୁର୍ଶୀକୁ ବଜାଗଜା ତାଳେ ତାଳେ ମା’ ଙ୍କ ମନ୍ଦିରକୁ ନିଆଯାଇ ସେଠାରେ ପୂଜାର୍ଚ୍ଚନା ଓ ହାଟ ପରିକ୍ରମା ପରେ ମା’ଙ୍କ ଲାଠିକୁର୍ଶୀ ପୂଝାରୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଅବସରରେ ସଂଧ୍ୟାରେ ସାଂସ୍କୃତିକ ମଞ୍ଚ ଉଦଘାଟନ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟ ତଥା ପୂଜା କମିଟିର ସଭାପତି ଅଙ୍ଗଦ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମୁଖ୍ୟ ବକ୍ତାଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ଲାଞ୍ଜିଗଡ ବିଜେପିର ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ, ସର୍ଗିଗୁଡା ସରପଞ୍ଚ ବୈଦ୍ୟନାଥ ଠାକୁର, କୁଚାଗାଁ ସମିତି ସଭ୍ୟ ଇସମାଇଲ ବାଗ, ଅବିନାଶ ନନ୍ଦ ପ୍ରକାଶ ଠାକୁର, ତାପସ ପଣ୍ଡା ଲଙ୍କେଶ୍ୱରୀ ପୂଜା କମିଟିର ସମ୍ପାଦକ ଫକୀର ଦାସ ପ୍ରମୁଖ ମଞ୍ଚାସିନ ଥିବାବେଳେ ଦାମୋଦର ଦାସ ମଞ୍ଚ ପରିଚାଳନା କରି ଥିଲେ । ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ସହ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ରାତିରେ ନାଟକ ପ୍ରତିଯୋଗିତା ଓ ଘୁମୁରା ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୧୦ ଟି ଘୁମୁରା ଓ ୫ ଟି ନାଟକ ଦଳ ଅଂଶ ଗ୍ରହଣ କରିଥିଲେ । ବିଜେତା ପ୍ରଥମ, ଦ୍ଵିତୀୟ, ତୃତୀୟକୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ତୁମେଶ୍ୱର ଦାସ, ଶିଶିର ଦାସ, ଶ୍ରୀକର ଦାସ, ଉମାକାନ୍ତ ଝାଙ୍କର, ବିରଞ୍ଚି ଦାସ, ଧରଣୀ ଦାସ ପ୍ରମୁଖ ସହ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.