ଇସ୍ପାତ ମନ୍ତ୍ରୀଙ୍କ ସହ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିଙ୍କ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ନେତୃତ୍ୱରେ ଉଭୟ ୟୁନିଅନର ଏକ ପ୍ରତନିଧିମଣ୍ଡଳୀ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାର ସ୍ୱାମୀଙ୍କୁ ରାଉରକେଲା ହାଉସ ଠାରେ ସାକ୍ଷାତକରି ଇସ୍ପାତ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ । ଆଲୋଚନାରେ ବେସରକାରୀ, ଏରିଅର, ରିୱ।ଡ଼ ବୋନସ, ଏଲଡିପି, ଏନଜେସିଏସ, କାରଖାନା ସମ୍ପ୍ରସାରଣ ଆଦି ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ସମୟରେ ସେଲ୍‌ର ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ, ଡିଆଇସି ଆଲୋକ ବର୍ମାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ଏବଂ ଆଲୋଚନା ସକରାତ୍ମକ ଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ରାଉରକେଲା ଶ୍ରମିକ ସଂଘର ଉପସାଧାରଣ ଦିଲ୍ଲୀପ ମହାପାତ୍ର, ଉପସଭାପତି ଅକ୍ଷୟ ଜେନା, ବୀରକିଶୋର ଶେଖରଦେଓ, ରଘୁନାଥ ଭୁକ୍ତା, ସତ୍ୟ ସାହୁ, ତୁଷାର ସାହୁ ଗାଙ୍ଗପୁର ମଜଦୂର ମଞ୍ଚର ଉପସଭାପତି ସୁଲେମାନ କାଉଡ଼ିଆ, ସନ୍ତୋଷ କୁଜୁର, ମାଙ୍ଗେ ଏକ୍କା , ଥୋମାସ ଟୋପୋ, ବିଷ୍ଣୁ ମାହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ମନ୍ତ୍ରୀଙ୍କର କୌଣସି ୟୁନିଅନ ମିଟିଂ ନାହିଁ ବୋଲି ମନା କରିଦିଆଯିବା ପରେ ଗତକାଲିର ଗଣବିକ୍ଷୋଭ ପରେ କାର୍ଯ୍ୟକ୍ରମ ସରଣୀ ମଧ୍ୟରେ ହୋଇ ୟୁନିଅନ ମାନଙ୍କ ସହ ବୈଠକ ରଖାଯାଇଥିଲା ।

Leave A Reply

Your email address will not be published.