ଶୁଲିଆଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଖଇରଗୁରା ଠାରେ ବଲାଙ୍ଗିର ଶୁଲିଆଯାତ୍ରା ଓ ଶୁଲିଆ ମହୋତ୍ସବ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହୋତ୍ସବ କମିଟି କର୍ମକର୍ତ୍ତା ଓ ଶୁଲିଆ ଯାତ୍ରା କମିଟି ସୋମନାଥ ଦେହେରିଆ ସହ ସମସ୍ତେ ଦେହେରିଆ ପୂଜାରୀ ଉପସ୍ଥିତ ଥିଲେ । ପ୍ରତ୍ୟେକ ବର୍ଷ ପୌଷମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆଯାତ୍ରା ହେବ । ଇଂରାଜୀ ମାସ ଅନୁସାରେ ଆସନ୍ତା ତା.୨୩.୧୨.୨୦୨୫ ଶୁଲିଆଯାତ୍ରା ହେବ ଓ ତାର ପୂର୍ବ ଦିନ ସୋମବାର ତା.୨୨.୧୨.୨୫ ନିଶିଯାତ୍ର ହେବ । ଚଳିତ ବର୍ଷ ଶୁଲିଆ ଅବସରରେ ଆସନ୍ତା ତା.୨୧.୧୨.୨୦୨୫ ରିଖ ଠାରୁ ତା.୨୩.୧୨.୨୦୨୫ ୩ଦିନ ବ୍ୟାପି ଶୁଲିଆ ମହୋତ୍ସବ ଅନୁଷ୍ଠିତ ପାଇଁ ନିଷ୍ପତ୍ତି ନିଆଯାଇଛି । ସଂପ୍ରଦାୟର ସଂସ୍କୃତି / ପରଂପରା ବଜାୟ ରଖିବା ତଥା ଅଂଚଳର ସମସ୍ତ ଏକତା ରକ୍ଷା କରିବା ପାଇଁ ମହୋତ୍ସବ କରାଯିବ ବୋଲି ଉପସ୍ଥିତ ସମସ୍ତ ସଭ୍ୟଗଣ ମତ ଦେଇଥିଲେ । ମୟ ପ୍ରଧାନୀ ସଭା ପରିଚାଳନା କରିଥିବା ବେଳେ ଉମାକାନ୍ତ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । କାଳିନ୍ଦ୍ରୀ ମାଝି, ଅନନ୍ତ ଚୌହାନ, ଶଶିଭୂଷଣ ରଣା, କଂସାବୀର ବାଗ, ହିମାଂଶୁ ଗଡତ୍ୟା, କନିଷ୍ଠ ମହାନନ୍ଦ, ରଘୁରାଜ ପ୍ରଧାନୀ, ମଧୁବନ ଭୁଏ, ନିରଞ୍ଜନ କୁଅଁର, ଆର୍ତ୍ତ ଜୁଏଡ, ଜଗଦିଶ କୁଅଁର, ବସନ୍ତ କାଲସାଏ, ଦିଲୀପ କୁଅଁର, ନିଦୀ ସା, ଗୋପିନାଥ ମହାନନ୍ଦ, ଶରତ କୁଅଁର, ଭଗବାନ ସେଠ, ସର୍ଜନ ପଧାନ, ଭୋଦେବ ମର୍ଲ୍ଲ, ଗଜନୀଷ ଭୁଏ, ଭଜ ସାହୁ, ସୁରେନ୍ଦ୍ର ଦେହେରିଆଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.