ବେଲପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଘୋଷ କାର୍ଯ୍ୟଶାଳା ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବେଲପଡାରେ ସମ୍ଭାଗ ସ୍ତରୀୟ ଘୋଷ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଏହି କାଯ୍ୟକ୍ରମ ଚାଲିଥିଲା । ଏଥିରେ ପ୍ରାୟ ୮୦ଟି ବିଦ୍ୟାଳୟରୁ ମୋଟ ୯୦ଜଣ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ଏଥିରେ ଆନକ, ଶଙ୍ଖ, ବଂଶୀ ଇତ୍ୟାଦିର ପ୍ରଶିକ୍ଷଣ ଦିଆଯାଇଥିଲା । ଗୁରୁଜୀ ଗୁରୁମା ଘୋଷ ବାଦ୍ୟ ସହ ନଗର ପରିକ୍ରମା କରିଥିଲେ । ବିଦ୍ୟାଳୟର ପୂର୍ବତନ ସଭାପତି ବୀରବଲ ପ୍ରସାଦ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବଲାଙ୍ଗିର ବିଭାଗ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ମହାନ୍ତି, ବିଦ୍ୟାଳୟ ସଭାପତି ପଦ୍ମମୁଖ ପାଣିଗ୍ରାହୀ, ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବେହେରା ପ୍ରମୁଖ ମଂଚାସୀନ ଥିଲେ । ବିଭିନ୍ନ ବିଦ୍ୟାଳୟରୁ ମୋଟ ୮ଜଣ ପ୍ରଶିକ୍ଷକ ବିଭିନ୍ନ ବାଦ୍ୟଯନ୍ତ୍ରର ପ୍ରଶିକ୍ଷଣ ଦେଇଥିଲେ । ୦୯.୧୧.୨୫ ରେ ଏହା ସମାପନ ହୋଇଥିଲା । ଏହି ସମାରୋପ କାର୍ଯ୍ୟକ୍ରମରେ ଦକ୍ଷିଣ ପଶ୍ଚିମ ସମ୍ଭାଗ ସମ୍ପାଦକ ରୁଦ୍ର ମାଧବ ବାରିକ, ପ୍ରାନ୍ତ ଘୋଷ ସଂଯୋଜକ ଜିତୁରାମ ମହାନ୍ତ, ବଲାଙ୍ଗିର ସହ ଜିଲ୍ଲା ପ୍ରମୁଖ ମିତ୍ରଭାନୁ ପ୍ରଧାନ, ନୂଆପଡା ବିଭାଗ ନିରୀକ୍ଷକ ଯୁବରାଜ କୁଦାଇ, ସୋନପୁର ବିଭାଗ ନିରୀକ୍ଷକ ଜୟ କିଶୋର ପଣ୍ଡା, ପାଟଣାଗଡ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଭୋକ୍ତା, ବିଦ୍ୟାଳୟ ସମ୍ପାଦକ ମନୋଜ କୁମାର ମହାଖୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ଭାଗ ଘୋଷ ପ୍ରମୁଖ ମିତ୍ରଭାନୁ ବୁଡ଼େକ ଏବଂ ତାଙ୍କ ଟିମ୍‌ର ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ କାର୍ଯ୍ୟ ପରିଚାଳିତ ହୋଇଥିଲା । ବିଦ୍ୟାଳୟ ଆଚାର୍ଯ୍ୟ କ୍ଷେତ୍ର ମୋହନ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ସମସ୍ତ ଗୁରୁଜୀ ଗୁରୁମା ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.