ଓରାମ ସମାଜର ଜାଗୃତି ଓ ହିତାର୍ଥେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପାଦା ପାଡହା, ଓଡ଼ିଶା ଓ ଓରାମ ସାଂସ୍କୃତିକ ସମାଜ, ଓଡ଼ିଶା ମିଳିତ ଆନୁକୂଲ୍ୟରେ ଲାଠିକଟାର ବଲାନୀ ଡ଼ାଡ଼ା ପାଡ଼ହା ନାଇନୀ ଟୁଙ୍ଗୁରୀର ବାବା ଭିଖରାମ ଭଗତ ମେମୋରିଆଲ ହଲରେ ଓରାମ ସମାଜର ତୃତୀୟ ଦିନର ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବେଲ ପାଦା ପାଡହା, ଓଡ଼ିଶା ସଭାପତି ମାଙ୍ଗେ ଏକ୍କା, ଓରାମ ସାଂସ୍କୃତିକ ସମାଜ ସଭାପତି ସୁଶ୍ରୀ ସୁକେଶୀ ଓରାମଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିରରେ ଓରାମ ସମାଜର ପାରମ୍ପରିକ ରୀତିନୀତି, ସାଂସ୍କୃତିକ, ସାମାଜିକ, ଧାର୍ମିକ, ନ୍ୟାୟିକ, ପାଡହା ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ବର୍ଗରେ ପ୍ରଶିକ୍ଷକ ଲକ୍ଷ୍ମଣ ତିର୍କୀ – କାହତୋ ପାଦା ପାଡହା, ରାଜେଶ ଲାକ୍ରା – ଦେୱାନ ସାତଜୁରିଆ ଡାଡା ପାହାଡ଼, ବସନ୍ତ ଏକ୍କା – ଦେବାନ୍ କୁଆରମୁଣ୍ଡାମୁଳୀ ପାଡହା, ପାର୍ଣ୍ଣା ଟପୋ – ପୂର୍ବତନ ବେଲ ବଲାଣି ଡାଡ଼ା ପାଡହା, ରାଢ଼ିଆ ମିଞ୍ଜ – ଦେବାନ୍ କାତେପୁର୍ ଡାଡ଼ା ପାଡହା, ଝିରଗା ଓରାମ – ପୂର୍ବତନ ବେଲ ବଲାଣି ଡାଡ଼ା ପାଡହା, ଦାମୁ ତିର୍କୀ – ସମାଜ ସେବୀ ରାଉରକେଲା, ମଧୁସ୍ମିତା ଓରାମ – ଅଧ୍ୟକ୍ଷା ରାନୀ ସିନଗିଦାଇ ଡାଡ଼ା ପାଡହା, ଓଡ଼ିଶା ଉପସ୍ଥିତ ପ୍ରଶିକ୍ଷାର୍ଥଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚନ ଓରାମ, କଳାକୃଷ୍ଣ ଓରାମ, ବାଲକୁ ବାର୍ଲା, ବଣାଇ ମୂଲି ପାଡହା ବେଲ – ଗୋପୀ ଓରାମ, ଦେବାନ୍ – ଜୟରାମ ଓରାମ, ପାତ୍ରାସ ଓରାମ, ବଣେଇ ମୁଳି ପଡ଼ହାର ୧୬ ଗୋଟି ଡାଡ଼ା ପାଡହା ଏବଂ ୬୦ ଗୋଟି ଆଡ଼ଖା ପାଡହାର ପ୍ରାୟ ୩୦୦ରୁ ଅଧିକ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ । ବନ୍ଦନା ଟପ୍ପୋ ଏହି କର୍ମଶାଳାର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.