ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ପରିବାର ତରଫରୁ ଚଳିତ ବର୍ଷର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିଲାମାନଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଚିତ୍ରକଳା, ମେଧା ପରୀକ୍ଷା, ବାଲଟି ବଲ ଭଳି ଖେଳ ସବୁ ହୋଇଥିଲା । ମହିଳା ଓ ପୁରୁଷ ମାନଙ୍କ କ୍ଷେତ୍ରରେ ମ୍ୟୁଜିକ ପିଲୋ, ବେଲୁନ ଫୁଟାଇବା ଇତ୍ୟାଦି ଖେଳାଯାଇଥିଲା । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଉଦ୍ୟୋଗପତି ସନ୍ଧ୍ୟାରାଣୀ ଦେଓ, ଗାୟତ୍ରୀ ଆର୍ଟ ଆଣ୍ଡ କ୍ରାଫ୍ଟ ରାଉରକେଲାର ସଂସ୍ଥାପିକା ଅଧ୍ୟକ୍ଷା ଡ଼ଃ. ଶକ୍ତିପ୍ରଦା ଜେନା ଯୋଗଦେଇ ଏହି କାର୍ଯ୍ୟକ୍ରମର ଗାରିମା ବଢ଼ାଇବା ସହ କ୍ରୀଡ଼ା ଓ ବ୍ୟାୟମର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପରେ ଏହି କ୍ରୀଡ଼ା ଉତ୍ସବର ବିଭିନ୍ନ ବର୍ଗର ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନୁଷ୍ଠାନର ସଭାପତି ବନ ବିହାରି ରଣା, ସାଧାରଣ ସମ୍ପାଦକ କମଳାକାନ୍ତ ପ୍ରଧାନ ମଞ୍ଚାସୀନ ଥାଇ ଅନୁଷ୍ଠାନ ନେଉଥିବା ବିଭିନ୍ନ ଜନହିତକାରୀ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଉପସଭାପତି ନିତ୍ୟାନନ୍ଦ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ମହିଳା ସମ୍ପାଦିକା ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସାଂସ୍କୃତିକ ସମ୍ପାଦକ ବିଜୟ କୁମାର ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ସମସ୍ତ ପ୍ରତିଯୋଗିତା ସମ୍ପାଦନାରେ କମଳ ଲୋଚନ ଗାରୁ, ହରିପଦ ମହାନ୍ତି, ବିଜୟ ମହାପାତ୍ର, କବିନ୍ଦ୍ର ଦେଓ, ରାଧାକୃଷ୍ଣ ଦଳପତି, ପ୍ରଫୁଲ୍ଲ ସାହୁ, ରବୀନ୍ଦ୍ର ଜେନା, କରୁଣାକର ସାହୁ, ଆନନ୍ଦ ଗିରି, ଶ୍ରୀକାନ୍ତ ଦାସ, ବାଲୁକିଶୋର ପାତ୍ର, ପରମେଶ୍ୱର ମହାରଣା, ଅରକ୍ଷିତ ଆଦକ, ଭାଗ୍ୟଲକ୍ଷ୍ମୀ ପାତ୍ର, ଛବି ରାଣୀ ପ୍ରଧାନ, କନକଲତା ଜେନା, ଦମୟନ୍ତୀ ବେହେରା, ବନଜା ଦାସ, ଗଗନ ପ୍ରଧାନ, ବରୁଣ ମାଝୀ, କ୍ଷୀତିଶ ପ୍ରଧାନ, ଅଜିତ ମହାପାତ୍ର, କରୁଣାକର ବାରିକ, ପ୍ରଦୀପ ଭୋଳ, ମଳୟ ଚାନ୍ଦ, ମଧୁସୂଦନ ବେଜ, ସୁବ୍ରତ ଜେନା, ତପନ ଜେନା ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।