ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୯ ତମ ବାର୍ଷିକ ଉତ୍ସବ

ରାଉରକେଲା (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୯ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ଯୋଗ ପ୍ରଶିକ୍ଷକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବାସନ୍ତୀ ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜ ବିହାରୀ ରାଉତ, ଯୋଗଗୁରୁ ପୀତବାସ ପ୍ରଧାନ, ଯୋଗଗୁରୁ ହରି ମହାନ୍ତି ପ୍ରମୁଖ ଯୋଗଦେଇ ଯୋଗର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଯୋଗ କଲେ ଅହଂକାର ଆସିବା କଥା ନୁହେଁ । ଯୋଗ ଶରୀରକୁ ସୁସ୍ଥ, ସଜାଗ ଓ କର୍ମଠ କରି ରଖିଥାଏ । ଯୋଗର ନାମକରଣ, ଆସନ ଓ ପ୍ରାଣାୟାମ ସହ ଯୋଡି ରହିବାକୁ ଯୋଗ, ପ୍ରାତଃରୁ ଶଯ୍ୟା ତ୍ୟାଗ ଓ ସ୍ନାନ ଉପରେ ଗୁରୁତ୍ୱାରୋପ ସହ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତି ବିଭିନ୍ନ ପଶୁ, ପକ୍ଷୀ, ବାଦ୍ୟଯନ୍ତ୍ରର ଅନୁକରଣ ସ୍ୱର କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ । ଏହି ଅବସରରେ ଯୋଗଶିକ୍ଷା କରୁଥିବା କବିତା ଦାଶ, ସୁଭାଷିନୀ ସାହୁ, ପ୍ରିୟା ପାତ୍ର, ଗୀତାଞ୍ଜଳି ମହାରଣା, ରବିନ୍ଦ୍ର ଠାକୁର, ପ୍ରଦୀପ ସାହୁ, ସୁପ୍ରିୟା ଜେନା ପ୍ରମୁଖ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ଶେଷରେ ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଉତ୍ତରୀୟ ଓ ନାରିକେଳ ପ୍ରଦାନ କରାଯାଇଥିଲା ବେଳେ ଯୋଗ ଶିକ୍ଷା ଲାଭ କରୁଥିବା ଭଉଣୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ କର୍ମକର୍ତ୍ତାଙ୍କ ସହ ଯୋଗଶିକ୍ଷା କେନ୍ଦ୍ରର ସ୍ୱର୍ଣ୍ଣଲତା, ନିରୁପମା, କଳ୍ପନା, କାମିନୀ, ସୈ।ଦାମିନୀ, ସଞ୍ଜନା, ସୁପ୍ରିୟା, ପ୍ରଭାସିନୀ, ସସ୍ମିତା, ମେଘା, ରମେଶ, ବିବେକ, ପୁତୁଲ, କମଳାକାନ୍ତ, ଭାନୁଲତା, କୈଳାଶ, କବିତା, ପ୍ରିୟା, ସୁଭାଷିନୀ, ଗୀତାଞ୍ଜଳି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.