ସ୍ୱସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟି ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଶୀର୍ଷକ ପ୍ରୀତି, ପ୍ରଣୟ ଓ ପରକୀୟା, ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ଉପରେ ଆଲୋଚନା ଆସର କରାଯାଇଥିଲା । ସ୍ୱର୍ଗୀୟ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଉପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ସ୍ୱର୍ଗତ ପଣ୍ଡା ଓ ଶଙ୍କର ପରିଡାଙ୍କର ଦେହାନ୍ତରେ ଶୋକସଭା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲାବେଳେ, ସମ୍ମାନିତ ଅତିଥି ଭାବେ କବି ଲକ୍ଷ୍ମୀ ନାରାୟଣ ହୋତା, ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ପରିଚାଳନାକବି ଓ ସଂଗଠକ ନୃସିଂହ ଚରଣ ବିଶ୍ୱାଳ, କବି ନିରୁପମା ପତି କରିଥିବା ବେଳେ ଉପସଂହାରରେ ଶିକ୍ଷାବିତ ପାରେଶ୍ୱର ବିଶ୍ୱାଳ ସମସ୍ତ ପର୍ଯ୍ୟାୟର ମତାମତ ଉପସ୍ଥାପନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କଥା ଓ କବିତାରେ ସ୍ଵର୍ଗତ ପଣ୍ଡାଙ୍କର କାଳଜୟୀ କବିତା ପାଠ ଓ ପଠିତ କବିତାର ମନ୍ତବ୍ୟ ଉପସ୍ଥାପନ କରିଥିଲେ କବି ବିଜୟ ରାୟ, ଡ. ଅଶ୍ୱିନୀ ରାୟ, ତ୍ରିନାଥ ସିଂହ, ଶିକ୍ଷାବିତ ଶର୍ମିଷ୍ଠା କବିଶତପଥୀ, ଶିକ୍ଷାବିତ ପ୍ରାଧ୍ୟାପକ କରୁଣାକର ପାଟ୍ଟଶାଣୀ । କାର୍ଯ୍ୟକ୍ରମରେ ଲକ୍ଷ୍ମଣ ଦାସ, ପ୍ରଫୁଲ୍ଲ କୁମାର ସାମଲ, ସୂର୍ଯ୍ୟନାରାୟଣ ପଣ୍ଡା, ଡ. କୃପାସିନ୍ଧୁ ନାୟକ, ସୁନୀଲ କୁମାର ମହାନ୍ତି, ଚିନ୍ମୟୀ ପୁରୋହିତ, ନବଘନ ସାହୁ ପ୍ରମୁଖଙ୍କ ସହ ବହୁ ଶିକ୍ଷାବିତ, ସାହିତ୍ୟିକ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ସଂଗଠକ ବିଜୟ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.