ଟିଟିଲାଗଡ଼. (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ହାଟପଦା ପଡାରେ ଗତ ସେପ୍ଟେମ୍ବର ମାସ ୧୨ ତାରିଖରେ ବିମଳ କୁମାର ଅଗ୍ରୱାଲ ଘରେ ହୋଇଥିବା ଡକାୟତି ଘଟଣାରେ ଡ଼କାୟତ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି ଟିଟିଲାଗଡ଼ ପୋଲିସ । ଏହି ଘଟଣାରେ ଟିଟିଲାଗଡ଼ ପୋଲିସ ମୁକୁନ୍ଦ ବାଗ ଏବଂ ଗୋବିନ୍ଦ ବିଭାରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଡକାୟତ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନଙ୍କୁ ଗିରଫ କରିବା ନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଡକାୟତ ଗ୍ୟାଙ୍ଗ ବ୍ୟବସାୟୀ ବିମଳ ଅଗ୍ରୱାଲଙ୍କ ଘରେ ପଶି ତାଙ୍କ ପୁଅବୋହୂଙ୍କୁ ଭୟଭୀତ କରି ନଗଦ ଟଙ୍କା ସହ ସୁନା ଗହଣା ନେଇ ଫେରାର ମାରିଥିଲେ । ଏହି ମାମଲାରେ ପୋଲିସ ଏକ ଛୁରୀ ସହ ଦୁଇ ଗୋଟି ମୋବାଇଲ ଫୋନ ଜବତ କରିଛି । ଡକାୟତ ଗ୍ୟାଙ୍ଗର ମୁଖ୍ୟ ମୁକୁନ୍ଦ ବାଗ ଉପରେ ୨୪ ଗୋଟି ଅପରାଧିକ ମାମଲା ରହିଥିବା ବେଳେ ଗୋବିନ୍ଦ ଉପରେ ପାଞ୍ଚ ଗୋଟି ମାମଲା ରହିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀ ବେହେରା ।