csstore

ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା

  • ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ପ୍ରଥମ ସ୍ଥାନ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦା ସହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଲୋକନୃତ୍ୟ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମଞ୍ଚାସୀନ ରହି ଲୋକନୃତ୍ୟର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଜିଲ୍ଲାରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ଥିଏଟର ଅଭିନେତା ଓ ନିର୍ଦ୍ଦେଶକ କୁମରମଣି ନାୟକ, ଥିଏଟର ଓ ଫିଲ୍ମର ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ, ଥିଏଟର ଓ ଫିଲ୍ମର ଅଭିନେତା ଓ ନିର୍ଦ୍ଦେଶକ ଧୀର ବସା, ନୃତ୍ୟ ପ୍ରଶିକ୍ଷକ ଲିଟନ ପଟ୍ଟନାୟକ, ନୃତ୍ୟ ଶିଳ୍ପୀ ରିଚା ବାରିକ, ନୃତ୍ୟ ଶିକ୍ଷକ ଅରୂପାନନ୍ଦ ମହଲା ପ୍ରମୁଖ ଯୋଗ ଦେଇଥିଲେ । ବିଚାରକ ଭାବେ ନୃତ୍ୟ ପ୍ରଶିକ୍ଷକ ଲିଟନ ପଟ୍ଟନାୟକ, ନୃତ୍ୟ ଶିଳ୍ପୀ ରିଚା ବାରିକ, ନୃତ୍ୟ ଶିକ୍ଷକ ଅରୂପାନନ୍ଦ ମହଲା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା ପ୍ରଥମ, ଲାଲମୋହନପତି ସରକାରୀ ଉଚ୍ଚ ବିଦ୍ୟାଳୟ, ଧନପୁର ଦ୍ଵିତୀୟ, ଓଏଭି, ମାଟିଆଗଡ଼, ଯଶିପୁର ଏବଂ ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିଯୋଡ଼ା ଯୁଗ୍ମ ତୃତୀୟ ସ୍ଥାନ ହୋଇ ଅତିଥିମାନଙ୍କ ନିକଟରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ଅତିଥି ପରିଚୟ ଶିକ୍ଷକ ନୟନ କୁମାର ଗିରି ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଅର୍ପଣ ବସନ୍ତ କୁମାର ଦତ୍ତ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନ ଶିକ୍ଷକ ରମେଶ ମାରାଣ୍ଡି, ଶିକ୍ଷକ ମନୋଜ ପାତ୍ର, ଭୀଷ୍ମଦେବ ମହାନ୍ତ, ମନୋଜ ପରିଡା, ସଂଜୀବ ଦଳେଇ, ଦୀପକ ରାମ, ଅଜିତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଶିକ୍ଷୟିତ୍ରୀ ପ୍ରାର୍ଥନା ମିଶ୍ର, ଅତସୀ କୁଣ୍ଡୁ, ସୁଦତ୍ତା ବାରିକ ପ୍ରମୁଖ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଲୋକନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦାର ଶିକ୍ଷକ ମନୋଜ ପରିଡାଙ୍କ ସଂଯୋଜନାରେ ଲୋକନୃତ୍ୟଟି ଭୂବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରରେ ଅଂଶ ଗ୍ରହଣ କରିବ ବୋଲି ଘୋଷଣା କରାଯାଇଥିଲା ।

jayashree
Leave A Reply

Your email address will not be published.