
ବଲାଙ୍ଗିର, (କେପିଏନ୍ଏସ୍) : ଶୁକ୍ରବାର ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ ସମାରୋହ ତଥା ବିଦ୍ୟାଳୟ ପ୍ରତିଷ୍ଠାତା ଶରତ ଚନ୍ଦ୍ର ପାଣିଗ୍ରାହୀ ଜନ୍ମ ଶତବାର୍ଷିକୀ ଉତ୍ସବ ତା ୨୬.୧୦.୨୫ରିଖ ରବିବାର ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ କରିବାକୁ ସ୍ଥିରୀକୃତ ହୋଇଛି । ଉକ୍ତ ଉତ୍ସବରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହଲିଙ୍ଗ ମୁଖ୍ୟ ଅତିଥି ରୂପେ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ବଲାଙ୍ଗିର କଳିକେଶ ନାରାୟଣ ସିଂଦେଓ, ଜିଲ୍ଲାପାଳ ବଲାଙ୍ଗିର, ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିର, ପୌରଧ୍ୟକ୍ଷା ବଲାଙ୍ଗିର ସମ୍ମାନିତ ଅତିଥି ରୂପେ ଯୋଗ ଦେବାକୁ ସ୍ଥିର କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ କମିଟିର ଉପଦେଷ୍ଟା ଗୋପାଳଜୀ ପାଣଗ୍ରାହୀ, ସଭାପତି ଡ଼. ଶ୍ରୀକାନ୍ତ ପାଣିଗ୍ରାହୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ଆଲୁମିନି ସଭାପତି ଆନନ୍ଦିନୀ ଦର୍ଜି ଏସ୍ଏମ୍ସି ସଭାପତି ଶ୍ରୀମତୀ ସନ୍ଧ୍ୟା ବିଶୋଇ, ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନରୁ ଧର୍ମବ୍ରତ ରଥ, ପ୍ରସନ୍ନ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ଡ଼. ସୁଶାନ୍ତ ପଣ୍ଡା, ଏସ୍ଏମ୍ସି କମିଟି, ଆଲୁମିନି କମିଟି, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ୨୬.୧୦.୨୫ ସକାଳ ୮ଟାରୁ ୧୨ଘ. ପର୍ଯ୍ୟନ୍ତ ଏହି ଉପଲକ୍ଷେ ସ୍ସ୍ୱାସ୍ସ୍ଥ୍ୟ ପରୀକ୍ଷା ଶିବିର ବରିଷ୍ଠ ଡ଼ାକ୍ତର ମାନଙ୍କ ଦ୍ଵାରା ହେବାକୁ ସ୍ଥିରୀକୃତ ହୋଇଛି ।