- ମୁଖ୍ୟାଂଶ
- ସେପ୍ଟେମ୍ବର ୨୦୨୫ରେ ୬୯,୭୨୫ କୋଟି ଟଙ୍କାର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ସଂସ୍କାର ଯୋଜନା ଶୁଭାରମ୍ଭ ହୋଇଛି ।
- ୨୪,୭୩୬ କୋଟି ଟଙ୍କାର ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ଜାତୀୟ ଜାହାଜ ନିର୍ମାଣ ମିଶନ ମାଧ୍ୟମରେ ଆର୍ଥିକ ସହାୟତା, ଜାହାଜ ଭାଙ୍ଗିବା କ୍ରେଡିଟ୍ ନୋଟ୍ ଏବଂ ଘରୋଇ ଉତ୍ପାଦନକୁ ପରିଚାଳନା କରାଯାଉଛି ।
- ୨୫,୦୦୦ କୋଟି ଟଙ୍କାର ସାମୁଦ୍ରିକ ବିକାଶ ପାଣ୍ଠି ନିବେଶ ଏବଂ ସୁଧ ପ୍ରୋତ୍ସାହନ ଉପରେ ଧ୍ୟାନ ଦେଉଛି ।
- ଜାହାଜ ନିର୍ମାଣ ବିକାଶ ଯୋଜନା ୧୯,୯୮୯ କୋଟି ଟଙ୍କାର ଜାହାଜ ନିର୍ମାଣ କ୍ଲଷ୍ଟର ପାଇଁ ପୁଞ୍ଜି ସହାୟତା, ବିପଦ କଭରେଜ୍ ଏବଂ କ୍ଷମତା-ନିର୍ମାଣ ପ୍ରଦାନ କରେ ।
- ଘରୋଇ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ବଡ଼ ଜାହାଜକୁ ଭିତ୍ତିଭୂମି ମାନ୍ୟତା ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ, (ପିଆଇବି) : ପରମ୍ପରା ଏବଂ ପ୍ରଯୁକ୍ତି ମାଧ୍ୟମରେ ଭାରତର ଜାହାଜ ନିର୍ମାଣ ପରିଦୃଶ୍ୟ ବିଶ୍ୱସ୍ତରରେ ମାନ୍ୟତା ହାସଲ କରିବାକୁ ଯାଉଛି । ଭାରତରେ ସିନ୍ଧୁ ସଭ୍ୟତା କାଳରୁ ଜାହାଜ ନିର୍ମାଣ ଏବଂ ଜଳପଥରେ ବାଣିଜ୍ୟର ପରମ୍ପରା ରହିଆସିଛି । ଭାରତର ଜାହାଜ ନିର୍ମାଣ କ୍ଷେତ୍ର ଦୃଢ଼ ଆର୍ଥିକ ପ୍ରଭାବ ସୃଷ୍ଟି କରେ; ପ୍ରତ୍ୟେକ ନିବେଶ ୬.୪ ଗୁଣ ନିଯୁକ୍ତି ବୃଦ୍ଧି କରେ ଏବଂ ୧.୮ ଗୁଣ ପୁଞ୍ଜି ଲାଭ ପ୍ରଦାନ କରେ, ଯାହା ଅଭିବୃଦ୍ଧି ଓ ବିକାଶକୁ ଚାଳିତ କରିବାର ଶକ୍ତି ପ୍ରଦର୍ଶନ କରେ । ଏହି ଶିଳ୍ପ ଦୂରଦୂରାନ୍ତ, ଉପକୂଳ ଏବଂ ଗ୍ରାମାଞ୍ଚଳରେ ବୃହତ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ରଖିଛି। ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଆଗକୁ ବଢ଼ାଇବାରେ ଏହାର ବିକାଶ ଏବଂ ପ୍ରୋତ୍ସାହନକୁ ଏକ ପ୍ରମୁଖ ବାହକ ଭାବରେ ପ୍ରାଥମିକତା ଦିଆଯାଉଛି । ସ୍ୱାଧୀନତା ପରେ, ଜାହାଜ ନିର୍ମାଣ ମୁଖ୍ୟତଃ ସରକାରୀ କ୍ଷେତ୍ର ୟୁନିଟଗୁଡ଼ିକରେ କେନ୍ଦ୍ରିତ ଥିଲା । ଗତ ଦଶନ୍ଧି ମଧ୍ୟରେ, ଏହି କ୍ଷେତ୍ରରେ ଘରୋଇ ଜାହାଜ କମ୍ପାନୀଙ୍କ ପ୍ରବେଶ ସହିତ, ଭାରତର ଜାହାଜ ଏବଂ ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । କ୍ରୁଜ୍ ପର୍ଯ୍ୟଟନ, ଆଭ୍ୟନ୍ତରୀଣ ଜଳ ପରିବହନ ଏବଂ ବନ୍ଦର ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘଟିଛି । ନଭେମ୍ବର ୨୦୨୪ ସୁଦ୍ଧା, ଭାରତରେ ୧୫୫୨ଟି ଜାହାଜ ରହିଛି ଯାହାର ମୋଟ୍ ଟନେଜ୍ ୧୩.୬୫ ନିୟୁତ ଟନ୍ । ସରକାର ଜାହାଜ ନିର୍ମାଣ ଆର୍ଥିକ ସହାୟତା ନୀତି ଜରିଆରେ ସବୁଜ ଇନ୍ଧନ କିମ୍ବା ହାଇବ୍ରିଡ୍ ପ୍ରପଲ୍ସନ ସିଷ୍ଟମ ବ୍ୟବହାର କରିବା ଲାଗି ୨୦-୩୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଆରଓଏଫଆର ଯୋଜନା ଜରିଆରେ ଜାହାଜ ଅଧିଗ୍ରହଣ ପାଇଁ ସରକାରୀ ଟେଣ୍ଡରରେ ଭାରତୀୟ ଜାହାଜ କାରଖାନାଗୁଡ଼ିକୁ ପ୍ରାଥମିକତା ମିଳିଥାଏ । ୨୦୦ କୋଟିରୁ କମ ମୂଲ୍ୟର ଜାହାଜକୁ ଭାରତୀୟ ଶିପୟାର୍ଡରୁ କିଣିବାକୁ ପ୍ରାଥମିକତା ଦିଆଯାଉଛି । ଗ୍ରିନ ଟଗ୍ ଟ୍ରାଞ୍ଜିସନ କାର୍ଯ୍ୟକ୍ରମରେ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଟଗବୋଟ୍ ଅପରେସନକୁ ପ୍ରୋତ୍ସାହନ ଦିଆଯାଉଛି । ହରିତ ନୌକା ମାର୍ଗଦର୍ଶିକାରେ ଅନ୍ତର୍ଦେଶୀୟ ଜାହାଜ ପାଇଁ ସବୁଜ ପ୍ରଯୁକ୍ତିର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରାଯାଉଛି । ରଣନୀତିକ ସହଭାଗୀତା, ଭିତ୍ତିଭୂମି ବିସ୍ତାର ଏବଂ ଆର୍ଥିକ ସହଯୋଗ ମାଧ୍ୟମରେ ଭାରତ ଏହାର ଜାହାଜ ନିର୍ମାଣ ଓ ସାମୁଦ୍ରିକ କ୍ଷମତାକୁ ଆଗକୁ ବଢ଼ାଉଛି। ଏହି ପ୍ରୟାସଗୁଡ଼ିକର ଲକ୍ଷ୍ୟ ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବା, ବିଦେଶୀ ନୌବହର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସମଗ୍ର କ୍ଷେତ୍ରରେ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ।
୨୪,୭୩୬ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ମାଧ୍ୟମରେ ଘରୋଇ ଜାହାଜ ଚଳାଚଳ କ୍ଷମତା ଏବଂ ସାମୁଦ୍ରିକ ନବସୃଜନକୁ ପ୍ରୋତ୍ସାହନ ଦିଆଯାଉଛି । ଜାହାଜ ନିର୍ମାଣ ବିକାଶ ଯୋଜନାରେ ୧୯,୯୮୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉନ୍ନତ ଭିତ୍ତିଭୂମି, ସୁରକ୍ଷା ପଦକ୍ଷେପ ଏବଂ ବିପଦ ପରିଚାଳନା ମାଧ୍ୟମରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦୀର୍ଘକାଳୀନ ସହାୟତା ଯୋଜନା କରାଯାଇଛି । ଆଇନଗତ, ନୀତିଗତ ଏବଂ ପ୍ରକ୍ରିୟା ସଂସ୍କାରର ଏକ ଅଂଶ ଭାବରେ, ସୁଲଭ ଆର୍ଥିକ ସହାୟତା ପାଇଁ ସହଜ ଉପଲବ୍ଧତାକୁ ସକ୍ଷମ କରିବା ଲାଗି ବଡ଼ ଜାହାଜଗୁଡ଼ିକୁ ଭିତ୍ତିଭୂମିର ମାନ୍ୟତା ଦିଆଯାଇଛି । ଚାହିଦା ଏକତ୍ରୀକରଣ ମାଧ୍ୟମରେ ଘରୋଇ ଜାହାଜ ନିର୍ମାଣକୁ ବୃଦ୍ଧି କରିବା ପାଇଁ ସମନ୍ୱିତ ପ୍ରୟାସ ଜାରି ରହିଛି । ଏହି ସଂସ୍କାରଗୁଡ଼ିକ ଭାରତର ଜାହାଜ ଏବଂ ବନ୍ଦର ଭିତ୍ତିଭୂମିକୁ ବିଶ୍ୱ ମାନଦଣ୍ଡରେ ଉନ୍ନତ କରିବା, ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ କ୍ଷମତାରେ ଯଥେଷ୍ଟ ନିଯୁକ୍ତି, ନିବେଶ ଏବଂ ପ୍ରସାର ଆଣିବା ଲକ୍ଷ୍ୟ ରଖିଛି । ନବସୃଜନ, ସ୍ଥିରତା ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇ ଏହି କ୍ଷେତ୍ର ସାମୁଦ୍ରିକ ଭାରତ ସଂକଳ୍ପ ୨୦୩୦ରେ ଉଲ୍ଲିଖିତ ରଣନୀତିକ ଲକ୍ଷ୍ୟ ପୂରଣ କରିବା ପାଇଁ ଉନ୍ନତ ସ୍ଥିତିରେ ଅଛି। ଏହାବ୍ୟତୀତ, ଏହି ସମ୍ପ୍ରସାରଣ ବିକଶିତ ଭାରତ ୨୦୪୭ର ବ୍ୟାପକ ଜାତୀୟ ଆକାଂକ୍ଷା ସହିତ ସୁଗମ, ଆର୍ଥିକ ସ୍ଥିରତା, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ପ୍ରତିଦ୍ବନ୍ଦ୍ବିତାରେ ଯୋଗଦାନ କରୁଛି ।