କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁଲିଆ କନ୍ଧ ବିଦ୍ୟାପୀଠ, ପୁରୁଣାପାଣି ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୁଲିଆ କନ୍ଧ ବିଦ୍ୟାପୀଠ ପୁରୁଣାପାଣିର ପ୍ରଧାନ ଶିକ୍ଷକ କଳ୍ପ କୁମାର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇ ମୁଖ୍ୟ ଅତିଥି ଜାନକୀ ସାହୁ ସରପଂଚ ମୁକୁନ୍ଦପୁର, ମୁଖ୍ୟବକ୍ତା ଦୟାନିଧି ଖମାରୀ ଅଧ୍ୟକ୍ଷ ପଂଚାୟତ ସମିତି ଦେଓଗାଁ, ସମ୍ମାନିତ ଅତିଥି ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ ଉପାଧ୍ୟକ୍ଷା ପଂଚାୟତ ସମିତି ଦେଓଗାଁ, ଅନ୍ୟତନ ଅତିଥି ଅଭିମନ୍ୟୁ ମାଝି ସମିତି ସଭ୍ୟ ମୁକୁନ୍ଦପୁର, ବିଶେଷ ଅତିଥି ମୟ ପ୍ରଧାନୀ ପ୍ରତିଷ୍ଠାତା ସୁଲିଆ କନ୍ଧ ବିଦ୍ୟାପୀଠ ପୁରୁଣାପାଣି, ସିଆର୍‌ସିସି ବିରେନ୍ଦ୍ର ପଧାନ ପ୍ରମୁଖ ମଂଚାସୀନ ଥିଲେ । ସୋ÷÷ମେନ୍ଦ୍ର ପଟ୍ଟନାୟକ ସହକାରୀ ଶିକ୍ଷକ ହିଲ୍ଲିମାଲ, ସଭା ପରିଚାଳନା କରିଥିବା ବେଳେ ନିରୋଜ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସୁରଭି ୨୦୨୫ କାର୍ଯ୍ୟକ୍ରମକୁ ଚକ୍ରଧର ମଲ୍ଲିକ ସଭାପତି ଉଦ୍‌ଘାଟନ କରିଥିଲେ । ମୁକୁନ୍ଦପୁର ଆଂଚଳିକ ସାଧନା କେନ୍ଦ୍ରର ୧୧ଟି ବିଦ୍ୟାଳୟର ଜୁନିୟର/ସିନିୟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତି ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ କରାଗଲା ଓ ୧୧ଟି ବିଦ୍ୟାଳୟର ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ସହଯୋଗ କରିଥିଲେ ହିର୍ଲିମାଲ ଗ୍ରାମବାସୀ ବୃନ୍ଦ । ବିଶେଷ ସହଯୋଗୀ ଦିଲ୍ଲୀପ କୁମାର ତ୍ରିପାଠୀ, ଅଶୋକ କୁମାର ସେଠ, ଶ୍ରୀଧର କର୍ମୀ, କବିତା ମାହାରୀ, ଦିପ୍ତୀପାଣି ସାହୁ, ଆସ୍ଥା ସାହୁ, ସୁରମା ଭୋଇ, ସିବାର୍ଷ ରଥ, ଉମାକାନ୍ତ ସାହୁ, ପ୍ରମୋଦ ପଟେଲ, ଦିଲ୍ଲୀପ କଲତା, ରାଜେଶ ପଟେଲ, ବୈଲୋଚନ ପଧାନ, ବିଭୁତି ଭୂଷଣ ପଟେଲ, ଜୟଦେବ ବିଶି, ପୁଷ୍ପିରାଜ ସୁନା ପ୍ରମୁଖ ତତ୍ତ୍ୱାବଧାକ ଶିକ୍ଷକ ଭାବେ ଉପସ୍ଥିତ ଥିଲେ । ପୂର୍ଣ୍ଣ ସହଯୋଗ କରିଥିଲେ ପରମେଶ୍ୱର ନାଏକ । ବିଲୁପ୍ତ କଳା ସଂସ୍କୃତିକୁ ବଂଚାଇ ରଖିବା, ଗୁଣାତ୍ମକ ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର ମଂଚାସୀନ ଅତିଥି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.