ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ଆଗଲପୁର,(ସୁଶୀଳ କୁମାର ମିଶ୍ର) : ବ୍ଲକ ବେନ୍ଦ୍ରା ପଂଚାୟତ ଝାରବନ୍ଧଲି ଖେଳ ପଡିଆରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ବଲାଙ୍ଗିର ଓ ସମ୍ବଲପୁର ଦଳ ମଧ୍ୟ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଦଳ ବିଜୟୀ ହୋଇଥିଲା । ଆଜିର ଏଇ ଖେଳରେ ଯୁବନେତା ଆକାଶ ମିଶ୍ର ମୁଖ୍ୟ ଅତିଥିଭାବେ ଓ ସାଲେଭଟା ଫାଣ୍ଡି ଅଧିକାରୀଙ୍କୁ ଭରତ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ, ଉତ୍ତମ ଭୋଇ, କୃପାସିନ୍ଧୁ ହରପାଳ, ରାମଗୋପାଳ ମଲ୍ଲିକ, ଯୁଧିଷ୍ଠିର ପଧାନ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ । ରଘୁନାଥ ସେଠ ଓ ରଜା ମଣ୍ଡଳ ମ୍ୟାଚ କମିଶନର ଦାୟିତ୍ୱ ତୁଲେଇ ଥିଲେ ଓ କରୁଣା ପଧାନ, ସୁରେନ୍ଦ୍ର ସେଟ, ସୁରେଶ ନାଏକ, ବିକି ବିଶି ଖେଳ ପରିଚାଳନା କରିଥିଲେ । ଭବାନୀ ପଟନାୟକ ଧରାବିବରଣୀ ଦେଉଥିଲେ । ଦୁର୍ବାସା ସା, ସୁନୀଲ ରାଉତ, ସୁଶାନ୍ତ ମୁଦୁଲି ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.