
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ତା.୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡିଶା ଭାରଉତ୍ତୋଳନ ସଂଘ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ରାଜ୍ୟ ଭାରଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥି ନିମନ୍ତେ ଜିଲ୍ଲା ଭାରଉତ୍ତୋଳନ ସଂଘ ବଲାଙ୍ଗିର ପକ୍ଷରୁ ଆସନ୍ତା ତା.୧୮.୧୦.୨୫ ଶନିବାର ଦିନ ଦିବା ୧ଟାରେ ବଲାଙ୍ଗିର ସହର ସ୍ଥିତ ପି. ପି.ଏକାଡେମୀ ସ୍କୁଲ ପରିସରରେ ରାଜ୍ୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ମନୋନୟନ ଶିବିରର ଆୟୋଜନ କରାଯାଇଛି । ଏହି ମନୋନୟନ ଶିବିରରେ ବିଭିନ୍ନ ବୟସ ବର୍ଗର ଯୁବକ, କନିଷ୍ଠ, ବରିଷ୍ଠ ଉଭୟ ପୁରୁଷ ଓ ମହିଳା ବିଭାଗର ମନୋନୟନ କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ଭାରୋତ୍ତୋଳନ ସଂଘ ବଲାଙ୍ଗିର ପକ୍ଷରୁ ଜିଲ୍ଲାର ସମସ୍ତ ପୋ÷÷ରାଞ୍ଚଳ, ବିଜ୍ଞାପିତ ଅଂଚଳ ପରିଷଦ, ପଂଚାୟତ ସମିତି, ପଂଚାୟତ ତଥା ବ୍ୟକ୍ତିଗତ କିମ୍ବା କ୍ଲବ ସହ ବିଭିନ୍ନ ଅନୁଷ୍ଠାନରୁ ପ୍ରତିଯୋଗୀମାନଙ୍କୁ ଆହ୍ୱାନ କରାଯାଉ ଅଛି କି ପ୍ରତିଯୋଗିତାରେ ଭାଗ ନେବାକୁ ଉଚ୍ଛୁକ ବ୍ୟକ୍ତିମାନେ ଆସନ୍ତା ତା.୧୬.୧୦.୨୫ ପୂର୍ବରୁ ଜିଲ୍ଲା ଭାରଉତ୍ତୋଳନ ସଂଘ ବଲାଙ୍ଗିରର ସଭାପତି ସୁଦାମ ବେହେରା, ଫୋନ ନଂ.୯୩୩୮୬୪୭୩୯୮, ବିନୟ ପାଣ୍ଡେ ସଂପାଦକ ଏବଂ କୋଚ୍ ଫୋନ ନଂ.୮୯୧୭୫୦୫୭୩୪ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।