ପୂର୍ବତନ ଫୁଟବଲ ଖେଳାଳୀଙ୍କ ବିୟୋଗ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟିର ପୂର୍ବତନ ଫୁଟବଲ ଖେଳାଳୀ ଶରତ ଦଲାଇଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ଥିଲେ । ଚନ୍ଦନଭାଟି ଫୁଟବଲ ଦଳରେ ବହୁଦିନ ଧରି ଅଧିନାୟକ ପଦରେ ରହି ବିଜୟର ସ୍ଵାଦ ଚଖାଇଥିଲେ । ଭୁବନେଶ୍ୱର ଏମ୍ସ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ବେଳକୁ ସ୍ତ୍ରୀ ଲକ୍ଷ୍ମୀ, ପୁଅ ରାକେଶ, ଝିଅ ଶ୍ରାବଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସମସ୍ତ ଫୁଟବଲ ଖେଳାଳୀ, ଗ୍ରାମବାସୀ ଏବଂ ବନ୍ଧୁ ପରିଜନ ଗଭୀର ମର୍ମାହତ ।

Leave A Reply

Your email address will not be published.