ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରମ୍ଭା ଅଞ୍ଚଳର ବାହାଡ଼ାପଲ୍ଲୀ ଗ୍ରାମରେ ବେଆଇନ୍ ଭାବେ ମଦ ଦୋକାନ ଗଢ଼ି ଉଠିଥିବା ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ ହୋଇଛି । ଉକ୍ତ ଗ୍ରାମରେ ୧୦ରୁ ଅଧିକ ମଦ ଦୋକାନ ଦୀର୍ଘବର୍ଷ ହେଲା ଖୋଲାଯାଇଥିବା ସାଂଗକୁ ଗ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ଏପରିକି ନୀତି ଦିନ ବିଶୃଙ୍ଖଳା, ଗଣ୍ଡଗୋଳ, ମାର୍ପିଟ୍ ହେଉଛି । ଘରର ପିଲାମାନଙ୍କର ଭବିଷ୍ୟତ ନଷ୍ଟ ହେଉଛି । ମହିଳାମାନଙ୍କ ପ୍ରତି ଅସଦାଚରଣ, ନିର୍ଯ୍ୟାତନା ଦିନକୁ ଦିନ ବଢୁଥିବା ନେଇ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ଠାରେ ଅଭିଯୋଗ ହୋଇଛି । ସ୍ଥାନୀୟ ସମିତିସଭ୍ୟ ମାମି ଦାସଙ୍କ ନେତ୍ତୃତ୍ଵରେ ଗ୍ରାମର ଶତାଧିକ ମହିଳାଗୋଷ୍ଠୀ ଏକତାବଦ୍ଧ ହୋଇ ବୁଧବାର ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଛନ୍ତି ।